ମୋଦୀ ସରକାର ମିଶି କାମ କରିବାକୁ ପ୍ରସ୍ତୁତ: କଂଗ୍ରେସ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ରାଷ୍ଟ୍ରପତି ଭାବନାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି | ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଏହାର ନାଗରିକମାନଙ୍କ ପ୍ରଗତି ଓ ବିକାଶ ପାଇଁ ସରକାରଙ୍କ ସହ ମିଶି କାମ କରିବାକୁ ସେମାନେ ପ୍ରସ୍ତୁତ |

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ସାମିଲ ହୋଇଥିଲେ | ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ପରେ ଲଗାତାର ଦ୍ଵିତୀୟ ଥର ପାଇଁ କଂଗ୍ରେସ ଲୋକସଭାରେ ମୁଖ୍ୟ ବିରୋଧୀ ଦଳ ପାଇଁ ଆବଶ୍ୟକ ୫୫ଟି ଆସନ ମଧ୍ୟ ଛୁଇଁ ପାରିନାହିଁ | ଏଥର କଂଗ୍ରେସର କେବଳ ୫୨ ଜଣ ସଦସ୍ୟ ସାଂସଦ ଆସିଛନ୍ତି | ବିଜେପି ୩୦୩ ସିଟ ଜିତି ଐତିହାସିକ ରେକର୍ଡ ସୃଷ୍ଟି କରିଛି |

ଗତ ୨୦୧୪ ରେ ମଧ୍ୟ କଂଗ୍ରେସ ୫୫ଟି ଆସନ ଛୁଇଁ ପାରିନଥିଲା | ୨୦୧୪ରେ କଂଗ୍ରେସର ୪୪ ଜଣ ସାଂସଦ ଲୋକସଭା ଆସିଥିଲେ | ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ୮୦୦୦ ଅତିଥି ସାମିଲ ହୋଇଥିଲେ | ଏଥିରେ ବିମଷ୍ଟେକ ଦେଶର ନେତା ମଧ୍ୟ ସାମିଲ ହୋଇଥିଲେ | ମୋଦୀଙ୍କ ସହ ୫୮ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ |

ସମ୍ବନ୍ଧିତ ଖବର