ଭାରତ ବନ୍ଦକୁ ୨୧ ରାଜନୈତିକ ଦଳର ସମର୍ଥନ: କଂଗ୍ରେସ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ସେପ୍ଟେମ୍ବର ୧୦ରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ‘ବନ୍ଦ ଡାକରା’କୁ ୨୧ଟି ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। କଂଗ୍ରେସ କହିଛି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢୁଥିବା ବେଳେ ଟଙ୍କା ମଧ୍ୟ ଡଲାର ମୁକାବିଲାରେ ନିମ୍ନ ସ୍ତରକୁ ଖସୁଛି। ବର୍ଷ ୨୦୧୯ରେ ଲୋକସଭା ନିର୍ବାଚନ ଓ ଏହା ପୂର୍ବରୁ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହି ପ୍ରସଙ୍ଗକୁ ଲୋକମାନଙ୍କ ସମ୍ମୁଖରେ ରଖିବ। ଦେଶର ମୁଖ୍ୟ ବିରୋଧୀ ଦଳ ତେଲର ବର୍ଦ୍ଧିତ ମୂଲ୍ୟ ଓ ଟଙ୍କାର ମୂଲ୍ୟ ହ୍ରାସକୁ ପ୍ରସଙ୍ଗ କରି ମୋଦି ସରକାର ଉପରେ ଆକ୍ରମଣ କରିବ।

କଂଗ୍ରେସ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଯିବା ନେଇ ସୋମବାର ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସକୁ ଅନ୍ୟ ବିରୋଧୀ ଦଳର ସମର୍ଥନ ମିଳିଛି। ଭାରତ ବନ୍ଦ ପୂର୍ବରୁ ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକନ କହିଛନ୍ତି, ଏହି ବନ୍ଦକୁ ୨୧ ପାର୍ଟି ସମର୍ଥନ କରୁଛନ୍ତି। ବାମଦଳ, ଡିଏମକେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା ପୂର୍ବରୁ କଂଗ୍ରେସର ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି।

ପୂର୍ବତନ ସାଂସଦ ଅଜୟ ମାକନ କହିଛନ୍ତି, କଂଗ୍ରେସ ସୋମବାର ଭାରତ ବନ୍ଦ ଡାକରା ଦେଇଛି। ଦଳ ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତିଦିନ ବୃଦ୍ଧି କରାଯାଉଥିବାରୁ ଏହି ବନ୍ଦ ଡାକରା ଦେଇଛି। ସେ କହିଛନ୍ତି, ବନ୍ଦରେ କୌଣସି ପ୍ରକାର ହିଂସା ଘଟଣା ଦେଖାଯିବ ନାହିଁ। ମାକନ ବ୍ୟବସାୟୀଙ୍କୁ ବନ୍ଦ ସଫଳ କରିବାକୁ ଅପିଲ କରିଛନ୍ତି।

ସମ୍ବନ୍ଧିତ ଖବର