ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ହାଲୁକା ବର୍ଷାରେ ଅଯୋଧ୍ୟା ରେଳ ଷ୍ଟେସନର କାନ୍ଥ ଭୁଶୁଡି ପଡିଛି। ଏହାକୁ ନେଇ ଦାବି କରାଯାଉଛି ଯେ ଡିସେମ୍ବର ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନକୁ ଉଦଘାଟନ କରିଥିବାବେଳେ ବର୍ତ୍ତମାନ ରେଳ ଷ୍ଟେସନର କାନ୍ଥ ଭୁଶୁଡି ପଡିଥିବା ଦାବି ହେଉଛି। କଂଗ୍ରେସ ଦଳ ମଧ୍ୟ ଏନେଇ ବିଜେପିକୁ ଟାର୍ଗେଟ କରିଛି | ଏହି ନିର୍ମାଣ ପଛରେ ଦୁର୍ନୀତି ହୋଇଥିବାର କଂଗ୍ରେସ ଅଭିଯୋଗ କରିଛି।

Advertisment

କଂଗ୍ରେସ ଅଫିସିଆଲ ଏକ୍ସରେ ପୋଷ୍ଟ କରି ଲେଖିଛି, " ବିଜେପି ପ୍ରଭୁ ରାମଙ୍କ ଅଯୋଧ୍ୟାରେ ମଧ୍ୟ ଦୁର୍ନୀତି କରିଛି। ଅଯୋଧ୍ୟା ରେଳ ଷ୍ଟେସନର ୨୦ ମିଟର ଲମ୍ବା ବାଉଣ୍ଡ୍ରି କାନ୍ଥ ଭୁଶୁଡି ପଡିଛି। ଏହି ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ୬ ମାସ ପୂର୍ବରୁ ଉଦ୍ଘାଟନ କରିଥିଲେ। କାନ୍ଥ ବିଜେପିର ଦୁର୍ନୀତିକୁ ପ୍ରକାଶ କରୁଛି'।


ଅନ୍ୟପଟେ ଏହି ପୋଷ୍ଟ ଭାଇରାଲ ହେବା ପରେ ପିଆଇବି ଫ୍ୟାକ୍ଟ ଚେକ୍ ଅନୁଯାୟୀ କୁହାଯାଇଛି ଯେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେ ନିକଟରେ ଉଦଘାଟିତ ନୂତନ ଅଯୋଧ୍ୟା ରେଳ ଷ୍ଟେସନର କାନ୍ଥ ଭୁଶୁଡି ପଡିଛି। ଫ୍ୟାକ୍ଟ ଚେକ୍ ଅନୁଯାୟୀ, ଭିଡିଓରେ ଦେଖାଯାଇଥିବା କାନ୍ଥ ପୁରୁଣା ଷ୍ଟେସନର ଥିଲା | ଫ୍ୟାକ୍ଟ ଚେକ୍ କହିଛି ଯେ ଜଣେ ବ୍ୟକ୍ତି କାନ୍ଥ ନିକଟରେ ଖୋଳିଥିଲେ ଏବଂ ତା’ପରେ ସେଠାରେ ପାଣି ଜମା ହୋଇଯାଇଥିଲା ଯେଉଁ କାରଣରୁ କାନ୍ଥ ଭୁଶୁଡି ପଡିଥିଲା ​​|