କାଙ୍କେର୍‌: କଂଗ୍ରେସ ଓ ବିକାଶ ଏକତ୍ର ରହିପାରନ୍ତି ନାହିଁ ବୋଲି ଗୁରୁବାର ଦିନ ଛତିଶଗଡ଼ ରାଜ୍ୟର ଭୋଟର୍‌ମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Advertisment

କାଙ୍କେର୍‌ ସହରରେ ଆୟୋଜିତ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେବା ବେଳେ ଶାସକ କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସ ଓ ବିକାଶ ଏକତ୍ର ରହିପାରନ୍ତି ନାହିଁ। କେନ୍ଦ୍ର ସରକାରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନିତି କରି କଂଗ୍ରେସ କଳାଟଙ୍କାରେ ତା’ର ଟ୍ରେଜେରି ଭରୁଛି। ୧୦ ବର୍ଷ ହେବ କଂଗ୍ରେସ କେନ୍ଦ୍ର ସରକାରରେ ନାହିଁ। ତେଣୁ, କଂଗ୍ରେସର ଟ୍ରେଜେରି ଖାଲି ହୋଇ ଆସିଲାଣି। କଂଗ୍ରେସ ଯେଉଁ ସବୁ ରାଜ୍ୟରେ କ୍ଷମତାରେ ଅଛି, ସେଠାରେ ଲୋକମାନଙ୍କଠାରୁ ଲୁଟ୍‌ କରୁଛି।

publive-image Image Courtesy of Times of India

ଏଥର ଛତିଶଗଡ଼ ବିଧାନସଭା ନିର୍ବାଚନରେ ‘ବିଜେପି’ ଜିତିଲେ ରାଜ୍ୟର ଗରିବମାନଙ୍କ ପାଇଁ ଅଧିକ ଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କାଙ୍କେର୍‌ରେ ‘ବିଜେପି’ ପ୍ରତି ବିପୁଳ ସମର୍ଥନ ଥିବା ପରି ମନେହେଉଛି। ‘ବିଜେପି’ର ମିସନ୍‌ ହେଉଛି ଛତିଶଗଡ଼ର ପରିଚୟ ସୁଦୃଢ଼ କରିବା। ‘ବିଜେପି’ର ମିସନ୍‌ ହେଉଛି ଆଦିବାସୀ ଓ ପଛୁଆବର୍ଗଙ୍କ ଅଧିକାର ସୁରକ୍ଷିତ ରଖିବା। ଛତିଶଗଡ଼କୁ ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କରେ ପରିଗଣିତ କରିବା ମଧ୍ୟ ‘ବିଜେପି’ର ଲକ୍ଷ୍ୟ।

publive-image Image Courtesy of Zee News

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ମୋଦୀର ‘ଗ୍ୟାରେଣ୍ଟି’ ଅର୍ଥ ପ୍ରତ୍ୟେକ ‘ଗ୍ୟାରେଣ୍ଟି’ ପରିପୂରଣର ‘ଗ୍ୟାରେଣ୍ଟି’। ୯ ବର୍ଷ ତଳେ ଅସମ୍ଭବ ମନେହେଉଥିବା କାର୍ଯ୍ୟ ଆମେ ସମ୍ପନ୍ନ କରିଛୁ।