ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିଯିବା ଆଶଙ୍କା କରୁଛନ୍ତି ଜେଡିଏସ୍ ସୁପ୍ରିମୋ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା। କର୍ଣ୍ଣାଟକରେ ଯେ କୌଣସି ସମୟରେ ମଧ୍ୟବର୍ତ୍ତୀ ନିର୍ବାଚନ ହୋଇପାରେ ବୋଲି ଦେବଗୌଡ଼ା ବୟାନ ଦେବାପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ତେବେ ଏହାକୁ ନେଇ ସରକାରରେ ବିବାଦ ବଢ଼ିବାରୁ ଦେବ ଗୌଡ଼ା କହିଛନ୍ତି ଯେ ସେ ବିଧାନସଭା ପରିପ୍ରେକ୍ଷୀରେ ମଧ୍ୟବର୍ତ୍ତୀ ନିର୍ବାଚନ କଥା ସେ କହିନଥିଲେ ଏବଂ ପୌର ନିର୍ବାଚନ ପ୍ରସଙ୍ଗରେ ଏହା କହିଥିଲେ। ତେବେ ଦୁଇ ଦିନ ତଳେ କୁମାରସ୍ବାମୀ କଂଗ୍ରେସ ନେତାମାନଙ୍କୁ ପରୋକ୍ଷରେ ସମାଲୋଚନା କରି ସେ ପ୍ରତିଦିନ ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି କହିଥିବା ବେଳେ ଏହାପରେ ଦେବ ଗୌଡ଼ାଙ୍କ ମଧ୍ୟବର୍ତ୍ତୀ ନିର୍ବାଚନ ବୟାନକୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି।
କଂଗ୍ରେସ-ଜେଡିଏସ୍ ମେଣ୍ଟରେ ତିକ୍ତତା ବଢ଼ୁଛି
/sambad/media/post_attachments/wp-content/uploads/2019/06/download-56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)