ସରକାର ଅଚଳ ଆମକୁ ସୁଯୋଗ ଦିଅନ୍ତୁ ! ଗୋଆ ରାଜ୍ୟପାଳଙ୍କୁ ସରକାର ଗଠନ ଲାଗି ଚିଠି ଲେଖିଲା କଂଗ୍ରେସ

ପଣଜୀ : ମୁଖ୍ୟମନ୍ତ୍ରୀ ମନୋହର ପାରିକର ସଂକଟଜନକ ସ୍ଥିତିରେ ଚିକିତ୍ସା ଲାଗି ନୂଆଦିଲ୍ଲୀ ଏମସରେ ଭର୍ତ୍ତି ହେବାର ଦୁଇ ଦିନ ପରେ ଗୋଆରେ ଦେଖା ଦେଇଛି ରାଜନୈତିକକ ହଟଚମଟ। ସୋମବାର କଂଗ୍ରେସ ଗୋଆ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବାରେ ବୋଲି ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ।

ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ କୁହାଯାଇଛି କି ରାଜ୍ୟରେ ମନୋହର ପାରିକର ସରକାର ଅଚଳାବସ୍ଥାକୁ ଆସିଛି, ତେଣୁ ଆମକୁ ସରକାର ଗଠନ ଲାଗି ଆମନ୍ତ୍ରଣ ଦିଆଯାଉ।

ଉଲ୍ଲେଖଯୋଗ୍ୟ କି ଗୋଆ ବିଧାନସଭାରେ ବିଜେପିର ୧୪ ଜଣ ବିଧାୟକ ଥିବା ବେେଳେ ଏହାର ସାଥୀ ଦଳଙ୍କ ନିକଟରେ ରହିଛନ୍ତି ୬ ବିଧାୟକ। ଅନ୍ୟପକ୍ଷରେ କଂଗ୍ରେସର ଗୋଆରେ ୧୭ ଜଣ ବିଧାୟକ ରହିଛନ୍ତି। ଏଠାରେ ବିଧାନସଭାର ମୋଟ ଆସନ ସଂଖ୍ୟା ୪୦।

ସମ୍ବନ୍ଧିତ ଖବର