ମୋଦି ଦେଶର ଅର୍ଥନୀତିକୁ ଚଳେଇ ପାରୁନାହାନ୍ତି : କଂଗ୍ରେସ

ନୂଆଦିଲ୍ଲୀ: ଅର୍ଥନୈତିକ ସର୍ଭେ ମାଧ୍ୟମରେ କେନ୍ଦ୍ରର ମୋଦି ସରକାର ନୂଆ ଆର୍ଥିକ ବର୍ଷ ପାଇଁ ଏକ ଗୋଲାପୀ ଚିତ୍ର ଉପସ୍ଥାପନ କରିଥିଲେ ମଧ୍ୟ କଂଗ୍ରେସ ତାହାର ବିପରୀତ ମତ ଦେଇଛି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ କହିଛି ଯେ ମୋଦିଙ୍କ କୁପରିଚାଳନା ଯୋଗୁଁ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିହୀନ ପଦକ୍ଷେପ ଯୋଗୁଁ ପୂର୍ବରୁ ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିବା ଦେଶର ଅର୍ଥନୀତି ଧୀମା ହୋଇଯାଇଛି ।

ସେ କହିଛନ୍ତି ଯେ ବିମୁଦ୍ରାୟନ ଓ ଜିଏସଟି ପରି ପଦକ୍ଷେପ ଦ୍ୱାରା ଦେଶର କ୍ଷୁଦ୍ର ବ୍ୟବସାୟୀମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି । ସୋମବାରଦିନ ଲୋକସଭାରେ ଆଗତ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭ରୁ ୭.୫ ପ୍ରତିଶତକୁ ବୃଦ୍ଧି ପାଇବା ସହ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିରେ ପରିଣତ ହେବ । ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଫଳରେ ଅର୍ଥନୀତିରେ ଏହି ଅଭିବୃଦ୍ଧି ଦେଖାଯିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର