ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ୧୦ରେ ଭାରତ ବନ୍ଦ ଡାକରା ଦେଲା କଂଗ୍ରେସ

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଗୁରୁବାର କଂଗ୍ରେସ ପକ୍ଷରୁ  କୁହାଯାଇଛି ଯେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। ପେଟ୍ରୋଲ ଦର  କ୍ରମାଗତ ଭାବେ ୧୨ ଦିନ ଧରି ବଢ଼ି ଚାଲିଛି। ସେହିପରି ଡିଜେଲ ଦର ମଧ୍ୟ ପ୍ରତିଦିନ ବଢ଼ିଛି। ଫଳରେ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ଏ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହାର ପ୍ରତିବାଦରେ ସେପଟେମ୍ବର ୧୦ ତାରିଖରେ ଭାରତ ବନ୍ଦ ଡାକରା ଦିଅାଯାଇଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ମୋଦି ସରକାରକୁ ଜାଗ୍ରତ କରିବା ପାଇଁ ଓ ଦେଶର ଲୋକଙ୍କ ମନରେ ଆକ୍ରୋଶ ଭାବନା ସୃଷ୍ଟି କରିବାକୁ ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୦ରେ ଭାରତ ବନ୍ଦ ଆହ୍ଵାନ ଦିଆଯାଉଛି। ଏହି ଭାରତ ବନ୍ଦ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର କୋଟି କୋଟି ଜନତା ପ୍ରଭାବିତ ହେବେ।

ସୁରଜେଓ୍ଵାଲା କହିଛନ୍ତି, ଅନ୍ତର୍ଜାତୀୟ ତୈଲ ଦର କମ୍‌ ହୋଇଥିଲେ ମଧ୍ୟ ଦେଶରେ କ୍ରମାଗତ ଭାବରେ ତେଲ ଦର ବଢୁଛି। ସେ କହିଛନ୍ତି ଡଲାର ତୁଳନାରେ ଟଙ୍କା ୭୨ ଟଙ୍କାରେ ପହଞ୍ଚିଛି। ମୋଦି ସରକାର ପେଟ୍ରୋଲ-ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ମୋଦି ସରକାର ପାଖାପାଖି ୧୧ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି।

ସମ୍ବନ୍ଧିତ ଖବର