ରାୟପୁର: ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲା ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ରାୟପୁରର ବଲବୀର ସିଂହ ଜୁନେଜା ଇନ୍ଡୋର୍ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବାଘେଲା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
Raipur: Bhupesh Baghel takes oath as the next Chief Minister of #Chhattisgarhpic.twitter.com/YMOnKaOf92
— ANI (@ANI) December 17, 2018
ପୂର୍ବରୁ ଏହି ଶପଥ ଗ୍ରହଣ ଉତ୍ସବ ସାଇନ୍ସ କଲେଜ ପଡ଼ିଆରେ ଆୟୋଜନ ପାଇଁ ସ୍ଥିର କରା ଯାଇଥିବା ବେଳେ ପ୍ରବଳ ବର୍ଷା କାରଣରୁ ଶେଷ ମୁହୂର୍ତ୍ତରେ ଏହାକୁ ରାୟପୁରର ବଲବୀର ସିଂହ ଜୁନେଜା ଇନ୍ଡୋର୍ ଷ୍ଟାଡିୟମକୁ ସ୍ଥାନାନ୍ତର କରା ଯାଇଥିଲା।