ଦାଦନ ଶ୍ରମିକଙ୍କ ଘରବାହୁଡ଼ା ରାଜନୀତି, କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ଦାଦନ ଶ୍ରମିକଙ୍କ ଦୁଃଖଦ ସ୍ଥିତି ଉପରେ କଂଗ୍ରେସ ଦରଦ ପ୍ରକାଶ କରିବାରୁ ଏହା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚିହିଁକି ଉଠିଛନ୍ତି। ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘‘ହାତ ଯୋଡ଼ି ମୁଁ ଅନୁରୋଧ କରୁଛି, ଆସନ୍ତୁ ଦାୟିତ୍ୱସମ୍ପନ୍ନତାର ସହ ପ୍ରବାସୀ ଶ୍ରମିକମାନଙ୍କ ପ୍ରସଙ୍ଗରେ ହସ୍ତକ୍ଷେପ କରିବା।’’ ତେବେ ଏହି ପ୍ରସଙ୍ଗରେ ସେ କହିଥିଲେ, ‘‘କେବଳ ସେମାନଙ୍କ ପାଖେ ବସି କଥା ହେବା ଅପେକ୍ଷା, ଯାଆନ୍ତୁ ସେମାନଙ୍କ ସହ ଚାଲନ୍ତୁ, ସେମାନଙ୍କ ବୋକଚା ଉଠାନ୍ତୁ।’’ ଏହି ମର୍ମରେ ସେ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଦାଦନ ଶ୍ରମିକମାନଙ୍କୁ ଶ୍ରମିକ ସ୍ପେଶାଲରେ ଟିକଟ ଖଣ୍ଡେ ପାଇବାକୁ ନାକେଦମ ହେବାକୁ ପଡୁଛି। ଦୁଇଦିନ ତଳେ ସେଇ ଟିକେଟ ପାଇଁ ସଂଘର୍ଷ କରି ସୁରତରେ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଯାଇଛି। ଏପରିକି ଅନେକ ଶ୍ରମିକ ଟିକେଟ ନପାଇ ଚାଲିବାକୁ ବା ସାଇକେଲ ଧରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଟିକେଟ୍‌ ବାବଦକୁ କଂଗ୍ରେସ ଭଡ଼ା ବହନ କରିବ କହିବା ସତ୍ତ୍ୱେ ମଧ୍ୟ ସରକାର କୌଣସି ସମାଧାନ ପନ୍ଥା ବାହାର କରିନାହାନ୍ତି।

ସମ୍ବନ୍ଧିତ ଖବର