ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତକାଲି ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦାବି କରିଥିବା ବେଳେ ସରକାରଙ୍କୁ ‘ରାଜଧର୍ମ’ ମନେ ପକାଇ ଦିଆଯାଉ ବୋଲି କଂଗ୍ରେସ କହିଥିଲା। ଆଜି ବିଜେପି ଏହି ପ୍ରସଙ୍ଗରେ ସୋନିଆଙ୍କୁ ଟାର୍ଗେଟ୍ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଶାହ ପ୍ରଥମ ଦିନରୁ ହିଁ ସଠିକ୍ ଭାବେ ତାଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ରବି ଶଙ୍କର କହିଛନ୍ତି, କଂଗ୍ରେସ ଆମକୁ ରାଜଧର୍ମ ବିଷୟରେ ଶୁଣାଇବା ଉଚିତ୍ ନୁହେଁ। କଂଗ୍ରେସର ରେକର୍ଡ ସବୁବେଳେ ଅନର୍ଥକାରୀ ରହିଛି। ଏହା ସବୁ ପ୍ରସଙ୍ଗରେ ହଠାତ୍ ମୋଡ଼ ବଦଳାଇଥାଏ। ସିଏଏ ବିରୋଧରେ ଲଗାତାର ଉତ୍ତେଜକ ବୟାନ ଦେଉଥିବା କଂଗ୍ରେସ ନେତାମାନଙ୍କର ଏହା କି ପ୍ରକାର ରାଜଧର୍ମ ବୋଲି ସେ ପ୍ରଶ୍ନ କରିଛନ୍ତି। ରବିଶଙ୍କର ସୋନିଆଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି, ସିଏଏ ବିରୋଧୀ ରୢାଲି ସମୟରେ ‘ଇସ୍ ପାର୍ ଔର୍ ଉସ୍ ପାର୍’ କହି ଲୋକଙ୍କୁ ଯେଭଳି ଉତ୍ତେଜିତ କରାଯାଇଥିଲା ସେ ସଂପର୍କରେ ସମସ୍ତେ ଅବଗତ ଅଛନ୍ତି। ୨୦୧୦ ମାର୍ଚ୍ଚ ୧୫ରେ ଉପା ସରକାର ଏନ୍ପିଆର ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା, କିନ୍ତୁ ଏବେ ଏହାକୁ ବିରୋଧ କରି କଂଗ୍ରେସ ଅହରହ ମିଥ୍ୟା ପ୍ରଚାର ଚଳାଇଛି ବୋଲି ରବିଶଙ୍କର କହିଛନ୍ତି। କଂଗ୍ରେସର ଏଭଳି ନୀତି ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏହାର ଜବାବରେ କହିଛି ଯେ ମୋଦୀ ସରକାରଙ୍କର ବିଭାଜନକାରୀ ମାନସିକତା ଯୋଗୁଁ ଦେଶରେ ସମସ୍ୟା ସୃଷ୍ଟି ହେଉଛି ଏବଂ ସାଂପ୍ରଦାୟିକ ସଦ୍ଭାବ ନଷ୍ଟ ହେଉଛି।
‘ରାଜଧର୍ମ’କୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ
/sambad/media/post_attachments/wp-content/uploads/2020/02/j4fj89f7j98f7j98f7j98fgjgdjgdjgdjgdjgdjgjdjggjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)