ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଅହମଦ୍ ପଟେଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ବିଜେପି ଦାୟୀ।
From December 1990 till May 1991, when Shri Rajiv Gandhi was assassinated, the Congress Party supported Chandra Shekhar government was in power.
— Chowkidar Arun Jaitley (@arunjaitley) May 9, 2019
ଏହାର କଡ଼ା ଜବାବ୍ ଦେବାରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ଟୁଇଟରରେ ଲେଖିଛନ୍ତି ଯେ ୧୯୯୦ ଡିସେମ୍ବର ମାସରୁ ୧୯୯୧ ମଇ ମାସ ଭିତରେ ଯେଉଁ ସମୟରେ କି ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା , ସେହି ସମୟରେ କେନ୍ଦ୍ରରେ ଚନ୍ଦ୍ରଶେଖରଙ୍କ ସରକାରକୁ କଂଗ୍ରେସ ସମର୍ଥନ ଦେଉଥିଲା। କଂଗ୍ରେସ ଆଗରୁ ରାଜୀବ ଗାନ୍ଧୀଙ୍କ ହତ୍ୟାପାଇଁ ନିଜର ସହଯୋଗୀ ଡିଏମକେକୁ ଦାୟୀ କରି ଆସୁଥିଲା। ଏପରିକି ଏହି ପ୍ରସଙ୍ଗକୁ ନେଇ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା କଂଗ୍ରେସ। ୨୮ ବର୍ଷପରେ ହତାଶ କଂଗ୍ରେସ୍ ଏଥିପାଇଁ ବିଜେପିକୁ ଦାୟୀ କରୁଛି।ଏଠାରେ ଉଲ୍ଲେଖଯୋଗ୍ୟ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ରାଲିରେ କହିଥିଲେ କି, ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗାନ୍ଧୀ ପରିବାର ଆଇଏନ୍ଏସ୍ ବିରାଟକୁ ତାଙ୍କର ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରୁଥିଲେ।
ନିର୍ବାଚନ ପ୍ରଚାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର ୧ କହିବାରୁ ଗୁରୁବାର ଦିନ ଅହମଦ୍ ପଟେଲ୍ ଟୁଇଟ୍ କରିଛନ୍ତି: ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବା ଚରମ କାପୁରଷତାର ସଙ୍କେତ, କିନ୍ତୁ ତାଙ୍କହତ୍ୟା ପାଇଁ କିଏ ଦାୟୀ?
ବିଶ୍ୱସ୍ତ ଗୁଇନ୍ଦା ସୂଚନା ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଜେପି ସମର୍ଥିତ ଭି ପି ସିଂହ ସରକାର ତାଙ୍କୁ ଅତିରିକ୍ତ ନିରାପତ୍ତା ଯୋଗାଇ ଦେବାକୁ ମନା କରି ମାତ୍ର ଜଣେ ପିଏସ୍ଓ ଦେଇଥିଲେ। ସେମାନଙ୍କ ଘୃଣା ଯୋଗୁଁ ରାଜୀବ ଗାନ୍ଧୀ ତାଙ୍କ ଜୀବନ ହରାଇଲେ। ତାଙ୍କ ପ୍ରତି ହେଉଥିବା ଭିତ୍ତିହୀନ ଅଭିଯୋଗ ଏବଂ ଗାଳିର ଜବାବ ଦେବାକୁ ସେ ଆମ ଗହଣରେ ନାହାନ୍ତି।