ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଖେଇ ଆସିବା ସହିତ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏପରିସ୍ଥଳେ ତେଲେଙ୍ଗାନାରେ ସୋସିଆଲ ମିଡ଼ିଆରେ କଂଗ୍ରେସ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଏକ୍ସରେ ଦୁଇ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଥିଲା। ମାତ୍ର ଏବେ ଏହା ଏଡିଟେଡ ଫଟୋରେ ଆସି ପହଞ୍ଚିଛି। ବିଆରଏସ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ବଲିଉଡ ଫିଲ୍ମ ଗୀତ କଜରାରେ କଜରାରେର ଏକ ଫଟୋ ସେୟାର କରାଯାଇଛି।
తెలంగాణ కోసం ప్రాణాలకు తెగించి కొట్లాడిన కేసీఆర్ గారి మీద ఈ చిల్లర మార్ఫింగ్లు ఆపురా అని చిలక్కి చెప్పినట్టు చెప్పాము! ఆపకపోతే మీ సోనియా, రాహుల్ మీద ఇంతకంటే ఎక్కువ మార్ఫింగ్ చేయగలం అని కూడా హెచ్చరించాం. అయినా కుక్క తోక వంకర అన్నట్టు మీరు వినరు కదా.. ఇక అనుభవించండి!
— BRS Party (@BRSparty) March 10, 2024
ఒకప్పుడు… https://t.co/mnzuxgoBPqpic.twitter.com/UJtz3gGUv3
ଫଟୋରେ ଅଭିଷେକ ବଚ୍ଚନଙ୍କ ଫଟୋକୁ ଏଡିଟ୍ କରି ରାଜୀବ ଗାନ୍ଧୀ କରାଯାଇଛି। ସେହିପରି ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ଏଡିଟ୍ କରାଯାଇ ସୋନିଆ ଗାନ୍ଧୀ କରାଯାଇଛି। ଫଟୋର କ୍ୟାପସନରେ ଲେଖା ଯାଇଛି ଆମେ ତେଲେଙ୍ଗାନା ପାଇଁ ନିଜର ଜୀବନର ବହୁମୂଲ୍ୟ ସମୟ ଦେଇଥିବା ନେତା କେସିଆରଙ୍କ ବିରୋଧରେ ପୋଷ୍ଟ କରାଯାଇ ଥିବା ଆପତ୍ତିଜନକ ଫଟୋର ଜବାବରେ ଏପରି କରିଛୁ।
ଆମେ ଚେତାବନୀ ଦେଉଛୁ ଯଦି କଂଗ୍ରେସ ଏଭଳି କାର୍ଯ୍ୟ ଜାରି ରଖେ ତେବେ ଆମେ ମଧ୍ୟ ଲଗାତାର ଏହାର ଉତ୍ତର ଦେବୁ। ଆମେ ଏବେ ରାହୁଲ ଏବଂ ସୋନିଆଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବୁ। କଂଗ୍ରେସ ନ ସୁଧୁରିଲେ ଆମେ ଆଗାମୀ ଦିନରେ ଭିଡ଼ିଓ ପୋଷ୍ଟ କରିବୁ ବୋଲି ବିଆରଏସ ଧମକ ଦେଇଛି। ଏହା ପୂର୍ବରୁ କଂଗ୍ରେସ କେ.କବିତା ଏବଂ କେସିଆର ତଥା ଅନ୍ୟ ବିଆରଏସ ନେତାଙ୍କ ଏଡିଟେଡ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/7a7-1.jpg)