ହରିୟାଣାରେ କଂଗ୍ରେସ ବିଏସ୍‌ପି ମେଣ୍ଟ!

ଚଣ୍ଡିଗଡ଼: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପରେ ଆଗକୁ ହରିୟାଣାରେ ମଧ୍ୟ କଂଗ୍ରେସ ଏବଂ ବିଏସ୍‌ପି ମଧ୍ୟରେ ମେଣ୍ଟ ହୋଇପାରେ। ଦୁଇ ବିରୋଧୀ ଦଳ କଂଗ୍ରେସ ଏବଂ ବିଏସ୍‌ପି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିପାରନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ଭୁପିନ୍ଦର ସିଂହ ହୁଦା ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ମଧ୍ୟରେ ଗତକାଲି ରାତିରେ ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା। ବୈଠକରେ ନୂଆକରି ନିଯୁକ୍ତ ହୋଇଥିବା ହରିୟାଣା କଂଗ୍ରେସ ମୁଖ୍ୟ କୁମାରୀ ସେଲ୍‌ଜା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ହରିୟାଣାରେ ବିଜେପିକୁ ହଟାଇବା ପାଇଁ ବିଏସ୍‌ପି ଏବଂ କଂଗ୍ରେସ ହାତ ମିଳାଇବେ ବୋଲି କୁହାଯାଉଛି। କିନ୍ତୁ ମାୟାବତୀ ନିକଟରେ ଘୋଷଣା କରିଥିଲେ ଯେ ହରିୟାଣାରେ ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ିବ।

ସମ୍ବନ୍ଧିତ ଖବର