ଲକ୍ଷ୍ନୌ : ମାଫିଆ ଡନ୍ ଅତୀକ ଅହମ୍ମଦର ହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦଶରେ ଆଗକୁ ପୌର ନିର୍ବାଚନ ଥିବାବେଳେ ଜଣେ କଂଗ୍ରେସ ପ୍ରାର୍ଥୀ ଏପରି ଏକ ଦାବି କରିଛନ୍ତି ତାହାକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି ।

Advertisment

ଏହି କଂଗ୍ରେସ ନେତାଙ୍କ ନାଁ ହେଉଛି ରାଜକୁମାର ସିଂ ବା ରାଜୁ ଭୈୟା । ସେ ପ୍ରୟାଗରାଜର ଦକ୍ଷିଣ ମଲାକାର ୨୪ ନମ୍ବର ଓ୍ବାର୍ଡରେ କର୍ପୋରେଟର ପ୍ରାର୍ଥୀ ଅଛନ୍ତି । ସେ ଦାବି କରିଛନ୍ତି ଯେ ମୃତକ ଅତୀକ ଅହମ୍ମଦକୁ ଜଣେ ସହିଦର ମାନ୍ୟତା ଦିଆଯାଉ । ତାର ମୃତଦେହ ଉପରେ ତ୍ରିରଙ୍ଗା ପତାକା ରଖାଯିବା ଉଚିତ । ତାକୁ ମଧ୍ୟ ଭାରତ ରତ୍ନ ଦିଆଯିବା ଉତିତ୍ । ଯଦି ମୁଲାୟମ ସିଂଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇପାରୁଛି, ତେବେ ଅତୀକକୁ କାହିଁକି ଭାରତ ରତ୍ନ ଦିଆଯାଇପାରିବ ନାହିଁ । କେବଳ ଏତିକି ନୁହେଁ, ରାଜକୁମାର ସିଂ ମଧ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛି ।

ରାଜକୁମାରଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ପ୍ରୟାଗରାଜ ପୁଲିସ  କୋଟଓ୍ବାଲି ଥାନାରେ ଅଟକ ରଖି ପଚରା ଉଚୁରା କରିଥିବା ସୂଚନା ମିଳିଛି ।