ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ପାଇଁ ରବିବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହାପରେ ଓମଲୁର ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ମୋହନ କୁମାରମଙ୍ଗଲମ ଟୁଇଟ କରି ଏକ ଅଦ୍ଭୁତ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ୨ଟି ଚପଲ ଥିବା ଦେଖିବାକୁ ମିଳୁଛି, ଯାହାକୁ କୁମାରମଙ୍ଗଲମ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରଚାର ସମୟରେ ପିନ୍ଧିଥିଲେ ବୋଲି କହିଛନ୍ତି।
ମୋହନ କୁମାରମଙ୍ଗଲମ ଟୁଇଟ କରି ଚପଲ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ନିର୍ବାଚନ ପ୍ରଚାର ଶେଷ ହୋଇଛି, ମୁଁ ସଚ୍ଚୋଟତାର ସହ କହିବି କି ସବୁକିଛି ନିର୍ବାଚନ ମୈଦାନରେ ଛାଡ଼ି ଦେଇ ଆସିଛି। ଘରକୁ ନେଇ ଯିବା ପାଇଁ କିଛି ବି ବଞ୍ଚାଇ ରଖିନାହିଁ। ମୋର ଭଗବାନଙ୍କ ଉପରେ ଭରସା ରହିଛି। ଭଗବାନ ବିଭିନ୍ନ ରୂପରେ ଆମର ସାମ୍ନାକୁ ଆସିଥାଆନ୍ତି।
The end of a campaign. I can honestly say I left it all on the field and saved nothing for the ride home. In god we trust and god comes in all shapes and sizes pic.twitter.com/YvzCvrjfZs
— Mohan Kumaramangalam மோகன் குமாரமங்கலம் (@MKumaramangalam) April 4, 2021
ପ୍ରକାଶିତ ରିପୋର୍ଟ ମୁତାବକ, ମୋହନ କୁମାରମଙ୍ଗଲମ ପୂରା ନିର୍ବାଚନ ପ୍ରଚାର ଫଟୋରେ ଦେଖିବାକୁ ଦିଶୁଥିବା ଚପଲ ପିନ୍ଧି ଶେଷ କରିଛନ୍ତି। ଏହି ସମୟରେ ସେ ଅନେକ ଲୋକଙ୍କୁ ଭେଟିବା ସହିତ ଅନେକଙ୍କ ଘରକୁ ମଧ୍ୟ ଯାଇଛନ୍ତି।
୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ୭ଟାରୁ ଆରମ୍ଭ ହୋଇଛି। ଆସାମରେ ଶେଷ ପର୍ଯ୍ୟାୟ ପାଇଁ ଓ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ହେଉଛି। କେରଳ, ତାମିଲନାଡୁ ଓ ପଡ଼ୁଚେରୀରେ ଆଜି ଅର୍ଥାତ ଗୋଟିଏ ଦିନରେ ହିଁ ମତଦାନ ଶେଷ ହୋଇଛି।