ରାଞ୍ଚି: ଶନିବାର (୩୦.୧୧.୨୦୧୯) ଝାଡଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଏହା ଶେଷ ହୋଇଛି। ଆଜି ରାଜ୍ୟର ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନ ପାଇଁ ମତ ଗ୍ରହଣ ଆରମ୍ଭ ହୋଇଛି । ଏହି କ୍ରମରେ ପଲାମୁ ଜିଲ୍ଲାର କୋସିୟାରା ଗ୍ରାମରେ ଏକ ମତଦାନ କେନ୍ଦ୍ରର ଭିଡିଓ ସାମ୍ନାକୁ ଆସିଛି।

Advertisment

publive-image Newsd

ଏହି ଭିଡିଓରେ କଂଗ୍ରେସ ପ୍ରାର୍ଥୀ ବନ୍ଧୁକ ଧରି ବୁଲାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ମୁତାବକ, ପଲାମୁର କେସିୟାରାରେ କଂଗ୍ରେସ ପ୍ରାର୍ଥୀ କେ ଏନ୍  ତ୍ରିପାଠୀ ଓ ବିଜେପିର ପ୍ରାର୍ଥୀ ଆଲୋକ ଚୌରସିୟାଙ୍କ ସମର୍ଥକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ସୃଷ୍ଟି ହୋଇଥିଲା। ବିଜେପି ସମର୍ଥକ ତ୍ରିପାଠୀଙ୍କୁ ମତଦାନ କେନ୍ଦ୍ରକୁ ଯିବାକୁ ଅଟକାଇଥିଲେ। ଏହାପରେ ଏହି ଘଟଣା ଏତେ ଉତ୍ତେଜନାପୂର୍ଣ୍ଣ ହୋଇଗଲା କି କେ ଏନ ତ୍ରିପାଠୀ ବନ୍ଧୁକ ବାହାର କରି ଜୋରସୋରରେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାକୁ ଦେଖି ସୁରକ୍ଷାକର୍ମୀ ତ୍ରିପାଠୀଙ୍କୁ ମତଦାନ କେନ୍ଦ୍ରରୁ ଦୂରକୁ ନେଇ ଯାଇଥିଲେ।

publive-image

ଅନ୍ୟପଟେ ନିର୍ବାଚନ ପାଇଁ ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏହା ସତ୍ତ୍ୱେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ନକ୍ସଲ ହିଂସାକାଣ୍ଡ କରିଥିଲେ। ନକ୍ସଲମାନେ ଗୁମଲା ଜିଲ୍ଲା ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ଗୋଟିଏ ପୋଲ(ସେତୁ)କୁ ବୋମାରେ ଉଡାଇ ଦେଇଛନ୍ତି। ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ମତଦାନ ସମୟରେ ଏଭଳି କାଣ୍ଡ ନକ୍ସଲ ଘଟାଇଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ।