ପୁନେ: କଂଗ୍ରେସର ‘ସମ୍ବିଧାନ ଅଭିଯାନ’କୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ କଂଗ୍ରେସ ସମ୍ବିଧାନର ରୂପରେଖକୁ ବଦଳାଇ ଦେଇଥିଲା। ପୁନେର ୱାକଡ଼ ଠାରେ ଅନୁଷ୍ଠିତ ଦଳୀୟ ପ୍ରଚାର ସଭାରେ ଯୋଗଦେଇ ଗଡ଼କରୀ କହିଛନ୍ତି, କଂଗ୍ରେସ ଶାସନ ସମୟରେ ‘ଗରିବୀ ହଟାଅ’ ସ୍ଲୋଗାନ ଦିଆଯାଇଥିଲା। ତେବେ ଦାରିଦ୍ରୢ ହଟିବା ବଦଳରେ ଗରିବଙ୍କ ସମସ୍ୟା ବଢ଼ିଚାଲିଲା। ସେହିଭଳି ୮ ସୂତ୍ରୀ, ୨୦ ସୂତ୍ରୀ, ୪୦ ସୂତ୍ରୀ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ କୃଷକ, ଶ୍ରମିକ, ଦଳିତ ଓ ମୁସଲିମଙ୍କ ଦାରିଦ୍ର୍ୟ ହଟିଲା ନାହିଁ। ସଂପ୍ରତି ଦେଶ ନୂତନ ଆର୍ଥିକ ନୀତିକୁ ଗ୍ରହଣ କରିଛି। ଦେଶର ଅନେକ ଅଭିବୃଦ୍ଧି ଓ ବିକାଶ ହୋଇଛି। କଂଗ୍ରେସର ସମ୍ବିଧାନ ଅଭିଯାନକୁ ସମାଲୋଚନା ଗଡ଼କରି କହିଛନ୍ତି, ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ମିଥ୍ୟା ପ୍ରଚାର କରିଥିଲା। ବିଜେପି ୪୦୦ରୁ ଅଧିକ ଆସନ ପାଇଲେ ସମ୍ବିଧାନ ବଦଳାଇଦେବ ବୋଲି କଂଗ୍ରେସ ଅପପ୍ରଚାର କରି ବିଭ୍ରାନ୍ତି ସୃଷ୍ଟି କରିଥିଲା।
ଇନ୍ଦିରାଙ୍କ ଶାସନ ସମୟରେ କଂଗ୍ରେସ ସମ୍ବିଧାନ ବଦଳାଇଥିଲା: ଗଡ଼କରୀ
କଂଗ୍ରେସର ‘ସମ୍ବିଧାନ ଅଭିଯାନ’କୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ କଂଗ୍ରେସ ସମ୍ବିଧାନର ରୂପରେଖକୁ ବଦଳାଇ ଦେଇଥିଲା।
/sambad/media/post_attachments/wp-content/uploads/2021/09/nitingadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)