ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଦଳ କମଲନାଥଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ବଦଳାଇ ଜିତୁ ପାଟୱାରୀଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତ କରିଛି। ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ।

Advertisment

ଉଭୟ ପଟୱାରୀ ଓ ଉମଙ୍ଗ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଦିଗବିଜୟ ସିଂହଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିବିରରୁ ଆସିଛନ୍ତି। ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ପରେ ଦଳ ଏକ ବଡ଼ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ହେଉଥିଲା।

ଛତିଶଗଡ଼ରେ ପୂର୍ବତନ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି କଂଗ୍ରେସ । ଦୀପକ ବୈଜଙ୍କୁ ରାଜ୍ୟ ସଭାପତି ଭାବେ ବଜାୟ ରଖାଯାଇଛି। ଖାସ୍ କଥା ହେଉଛି ଛତିଶଗଡ଼ରେ ବିଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀ କାର୍ଡର ଜବାବରେ କଂଗ୍ରେସ ଉଭୟ ବିରୋଧୀ ଦଳ ନେତା ଓ ଆଦିବାସୀ ସମାଜରୁ ରାଜ୍ୟ ସଭାପତି କରିଛି।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିଥିବାବେଳେ ଛତିଶଗଡ଼ରେ ୩୫ଟି ଆସନରେ ବିଜୟୀ ହୋଇଥିଲା । ଏହି ଦୁଇଟି ରାଜ୍ୟରେ ଭାଜପା ଯଥାକ୍ରମେ ୧୬୩ଟି ଓ ୫୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଛି ।