ନୂଆଦିଲ୍ଲୀ: ଲୋକସଭା ଉପନିର୍ବାଚନ ପାଇଁ ଆସାନସୋଲରୁ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଶ୍ରୀ ସିହ୍ନା କହିଛନ୍ତି, ମମତା ବାନାର୍ଜୀ ଦେଶର ଭବିଷ୍ୟତ। ମୁଁ ସମଗ୍ର ଦେଶରେ ତାଙ୍କର ‘ଖେଲା ହୋବେ’କୁ ବିସ୍ତାର କରିବାରେ ତାଙ୍କ ହାତକୁ ମଜବୁତ କରିବି। ଦୁଇ ଥର ରାଜ୍ୟସଭା ଏବଂ ଲୋକସଭା ସଦସ୍ୟ ରହିଥିବା ଶ୍ରୀ ସିହ୍ନା କହିଛନ୍ତି, ଗତବର୍ଷ ପଶ୍ଚିମବଙ୍ଗ ନିର୍ବାଚନରେ ‘ଖେଲା ହୋବେ’ ବୋଲି ଆହ୍ଵାନ ଦେଇଥିଲେ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ବିଜେପିର ଅବିସ୍ମରଣୀୟ ଶକ୍ତି ବିରୁଦ୍ଧରେ ତୃଣମୂଳକୁ ବିଜୟୀ କରିଥିଲା।
ତୃଣମୂଳ ପାଇଁ ସେ କଂଗ୍ରେସ ଛାଡିଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି, ମୁଁ କେବଳ କହିବି ଯେ ମୁଁ ଦେଶରେ ସାମ୍ପ୍ରଦାୟିକ ସଦ୍ଭାବନା ଏବଂ କଲ୍ୟାଣ ପାଇଁ ଶ୍ରୀମତୀ ବାନାର୍ଜୀଙ୍କ ସହ ତାଙ୍କ ଲଢ଼େଇରେ ଯୋଗ ଦେଇଛି।
ଲୋକସଭା ଉପନିର୍ବାଚନରେ ମମତା ବାନାର୍ଜୀ ନିଜେ ଆସାନସୋଲରୁ ଟିଏମସି ପ୍ରାର୍ଥୀ ଭାବରେ ମୋର ନାମ ଘୋଷଣା କରିଥିବାରୁ ମୁଁ ସମ୍ମାନିତ ଅନୁଭବ କରୁଛି। ସେ ଜଣେ ପରୀକ୍ଷିତ ଏବଂ ସଫଳ ରାଜନେତା ଯିଏ ’ବିଭାଜନକାରୀ ରାଜନୀତି’ ବିରୁଦ୍ଧରେ ଲଢ଼ିବା ପାଇଁ ସାହସ ରଖିଛନ୍ତି।