‘ବିଜେପି ଦେଶର ଲୋକମାନଙ୍କୁ ଭାଗ ଭାଗ କରି ସେମାନଙ୍କ ମଧ୍ୟରେ ବିବାଦ ଲଗାଉଛି’: ଛତିଶଗଡ଼ ନିର୍ବାଚନୀ ର୍ୟାଲିରେ ଅଭିଯୋଗ କଲେ ରାହୁଲ
ରାୟପୁର (ଛତିଶଗଡ଼): ଭାରତୀୟ ଜନତା ପାର୍ଟି (ବିଜେପି) ଦେଶର ଲୋକମାନଙ୍କୁ ଭାଗ ଭାଗ କରିବା ସହ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରାଇ ପରସ୍ପର ସହ ଲଢ଼ାଉଛି। ବିଜେପିର ଏହି ନୀତି ଯୋଗୁ ଦେଶର ଅବସ୍ଥା ଶୋଚନୀୟ ହେବା ସହ ଦଳିତ ଓ ଆଦିବାସୀମାନଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
ଛତିଶଗଡ଼ର କାଙ୍କେରଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବା କରିବା ଅବସରରେ ମୋଦି ସରକାର ଏକ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ସରକାର ବୋଲି କହିବା ସହ ରାଫେଲ ଚୁକ୍ତିରେ ପ୍ରଧାନମନ୍ତ୍ରୀ ମୋଦି ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
The anticipation & excitement is palpable in the huge crowds gathered to hear Congress President @RahulGandhi at his public rally in Pakhanjore, District Kanker. #गढ़बो_नवा_छत्तीसगढ़ pic.twitter.com/vLJY0gjTVO
— Congress (@INCIndia) November 9, 2018
ବିଦେଶରେ ମହଜୁଦ୍ ଥିବା କଳାଟଙ୍କାକୁ ଦେଶକୁ ଫେରାଇ ଆଣିବେ ବୋଲି ଲୋକଙ୍କୁ ଭଣ୍ଡେଇ ନୋଟବନ୍ଦୀ ଘୋଷଣା କରି ଦେଶର ସାଧାରଣ ଜନତାକୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ କରାଇଛନ୍ତି। ଅପରପକ୍ଷରେ ବିଦେଶରୁ କଳାଟଙ୍କା ଫେରାଇ ଆଣିବା ପରିବର୍ତ୍ତେ ନୀରବ ମୋଦି, ବିଜୟ ମାଲ୍ୟା, ଲଳିତ ମୋଦି ଓ ମେହୁଲ ଚୌକସୀ ପ୍ରମୁଖ କୁଖ୍ୟାତ ଠକମାନଙ୍କୁ ଦେଶବାସୀଙ୍କର କୋଟି କୋଟି ଟଙ୍କାକୁ ବ୍ୟାଙ୍କ୍ରୁ ଲୁଟ କରି ବିଦେଶକ୍ୁ ଫେରାର ହୋଇ ଯିବାକୁ ସୁଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ କଟୁ ସମାଲୋଚନା କରିବାକୁ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ନିଜକୁ ଦେଶ ଓ ଦେଶବାସୀଙ୍କର ‘ଚୌକିଦାର’ ବୋଲି ପ୍ରଚାରିତ କରୁଥିବା ‘ଚୌକିଦାର’ ହିଁ ହେଉଛନ୍ତି ସବୁଠାରୁ ବଡ଼ ଚୋର।
All of you were standing in long queues during #Demonetisation but not one black money holder was seen. Also, Nirav Modi, Vijay Mallya, Lalit Modi and Mehul Choksi ran away from the country with your money: Rahul Gandhi in Kanker #ChhattisgarhElections2018 pic.twitter.com/JvB0xLTtIN
— ANI (@ANI) November 9, 2018