କଂଗ୍ରେସ-ଚୀନ୍‌ ବୁଝାମଣା ମାମଲା : ବିସ୍ମୟ ପ୍ରକାଶ କଲେ ପ୍ରଧାନ ବିଚାରପତି

କଂଗ୍ରେସ-ଚୀନ୍‌ ବୁଝାମଣା ପଛରେ କି ରହସ୍ୟ ଅଛି କଂଗ୍ରେସ ଜଣାଉ: ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟି ଏବଂ ଚୀନ୍‌ର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସହ ବେଜିଂରେ ୭ ଅଗଷ୍ଟ ୨୦୦୮ରେ ହୋଇଥିବା ବୁଝାମଣାକୁ ନେଇ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ ପ୍ରଥମେ ହାଇକୋର୍ଟ ଯିବାକୁ କହିଛନ୍ତି। ଆବେଦନରେ ଏହି ମାମଲାର ତଦନ୍ତ ସିବିଆଇ ଏବଂ ଏନ୍‌ଆଇଏ ଦ୍ବାରା କରାଯିବାକୁ ଦାବି କରାଯାଇଛି। ତେବେ କଂଗ୍ରେସ ଏବଂ ଚୀନ୍‌ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ପ୍ରଧାନବିଚାରପତି ଏସ୍‌.ଏ. ବୋବଡେ ବିସ୍ମୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଚୀନ୍‌ ସହିତ କୌଣସି ରାଜନୈତିକ ଦଳ କୌଣସି ପ୍ରକାର ଏମ୍‌ଓୟୁରେ କିଭଳି ଦସ୍ତଖତ କରିପାରିବ। କୌଣସି ବିଦେଶୀ ସରକାର ସହିତ ଏଭଳି ଏମ୍‌ଓୟୁ କିଭଳି ସମ୍ଭବ ବୋଲି ସେ ପଚାରିଛନ୍ତି। କୌଣସି ରାଜନୈତିକ ଦଳ ଏଭଳି ବୁଝାମଣା କରୁଥିବା ସଂପର୍କରେ ଆମେ ପୂର୍ବରୁ କେବେ ଆଇନରେ ଏଭଳି କଥା ଶୁଣିନଥିଲୁ ବୋଲି ସିଜେଆଇ କହିଛନ୍ତି।

କଂଗ୍ରେସ-ଚୀନ୍‌ ବୁଝାମଣା ପଛରେ କି ରହସ୍ୟ ଅଛି କଂଗ୍ରେସ ଜଣାଉ: ବିଜେପି
ନୂଆଦିଲ୍ଲୀ : କଂଗ୍ରେସ ଦଳ ଏବଂ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ମଧରେ ଗୁପ୍ତ ବୁଝାମଣା ହୋଇଛି ଏବଂ ଏଭଳି କରିବା ପଛରେ କଂଗ୍ରେସର କି ସ୍ବାର୍ଥ ରହିଛି ବୋଲି ବିଜେପି ପ୍ରଶ୍ନ କରିଛି। କଂଗ୍ରେସ କ’ଣ ପାଇଁ ଏଭଳି କରିଛି ଏବଂ ଏ ବାବଦ ତଥ୍ୟ କାହିଁକି ଲୁଚାଉଛି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ କଂଗ୍ରେସ ଏବଂ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ହୋଇଥିବା ମୁଝାମଣା ନେଇ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ମଧ୍ୟ ବିସ୍ମିତ ହୋଇଛନ୍ତି। ଚୀନ୍‌ ସହିତ ସଂପର୍କକୁ ନେଇ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ସମ୍ବିତ କହିଛନ୍ତି ଯେ ସେମାନେ କେଉଁ ତଥ୍ୟ ଲୁଚାଉଛନ୍ତି ତାହା ଦେଶବାସୀ ଜାଣିବାକୁ ଚାହୁଛନ୍ତି। ଏ ବାବଦରେ କଂଗ୍ରେସ ତୁରନ୍ତ ସ୍ଥିତି ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର