ଗୋଆରେ ସରକାର ଗଠନ ପାଇଁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା ଏବେ ଦିଲ୍ଲୀ ଏମ୍ସରେ ଚାଲିଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବାକୁ ଦାବି କରିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଏହାକୁ ସରକାର ଚଳାଇବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କଂଗ୍ରେସ ଯୁକ୍ତି ଦର୍ଶାଇଛି। ଏ ବାବଦରେ ଦଳ ପକ୍ଷରୁ ରାଜ୍ୟପାଳ ମ୍ରିଦୁଲା ସିହ୍ନାଙ୍କ ନିକଟକୁ ଦୁଇଟି ଚିଠି ଲେଖାଯାଇଛି। ଆସନ୍ତାକାଲି ତାଙ୍କୁ ଭେଟି ସିଧାସଳଖ ସମାନ ପ୍ରସଙ୍ଗ ଉତ୍‌ଥାପନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର