ମଧ୍ୟପ୍ରଦେଶ :ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଭୋପାଲ : ମଧ୍ୟପ୍ରଦେଶରେ ଭୋଟ ଗଣତି ଶେଷ ହୋଇଛି । କଂଗ୍ରେସ ୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ୧୧୪ଆସନ ହାସଲ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଧବାର ଚୁଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି । ଅନ୍ୟ ପକ୍ଷରେ ଶାସକ ଦଳ ଥିବା ବିଜେପି ୧୦୯ଟି ଆସନରେ ବିଜୟ ଲାଭ କରିଛି ।

ମଧ୍ୟପ୍ରଦେଶରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଦଳ ପକ୍ଷରୁ ୧୨୧ଜଣ ବିଧାୟକଙ୍କ ତାଲିକା ଦିଆଯାଇଛି । କଂଗ୍ରେସର ବରିଷ୍ଠ ନେତା କମଲନାଥ, ଦିଗ୍‌ବିଜୟ ସିଂହ ଓ ଯୁବ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି କରିଛନ୍ତି ।

Moneycontrol

ଅନ୍ୟ ପକ୍ଷରେ ବିଏସ୍‌ପି ନେତ୍ରୀ ମାୟାବତୀ ଓ ସମାଜବାଦh ପାର୍ଟି ନେତା ଅଖିଲେଶ ଯାଦବ ସେମାନଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର