ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ଜରୁରୀକାଳିନ ଦ୍ବାର ଖୋଲିଦେଇଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା। ଆଜି ଏଭଳି ଦାବି କରିଛି କଂଗ୍ରେସ। ଡିସେମ୍ବର ୨୦୨୨ରେ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ଘଟଣାର ଅନୁସନ୍ଧାନ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶର କିଛି ଘଣ୍ଟା ପରେ କଂଗ୍ରେସ ଦାବି କରିଛି ଯେ, ଅଭିଯୁକ୍ତ ଯାତ୍ରୀଜଣକ ଆଉ କେହି ନଥିଲେ, ବରଂ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ଥିଲେ।
ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଟ୍ୱିଟ କରି ଏକ ଗଣମାଧ୍ୟମ ରିପୋର୍ଟ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ବେଙ୍ଗାଲୁରୁର ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ବ୍ୟକ୍ତି ହିଁ ଜରୁରୀକାଳୀନ ଦ୍ବାରା ଖୋଲିଥିବା ଯାତ୍ରୀ ଥିଲେ।
The BJP VIP Brats !
How dare the airline complain?
Is it the norm for the BJP power elite?
Did it compromise passenger safety?
Ohhh!
U can’t ask questions about BJP’s entitled VIP’s !https://t.co/BbyJ0oEcN6— Randeep Singh Surjewala (@rssurjewala) January 17, 2023
ତେବେ ଏଭଳି ଦାବିକୁ ନେଇ ତେଜସ୍ବୀ ସୂର୍ଯ୍ୟା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
କିଛି ଘଣ୍ଟା ପୂର୍ବରୁ, ଡିସେମ୍ବର ୧୦, ୨୦୨୨ରେ ଇଣ୍ଡିଗୋ ବିମାନ ୬ଇ ୭୩୩୯ରେ ଘଟିଥିବା ଘଟଣାର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା। ଏହି ବିମାନ ଚେନ୍ନାଇରୁ ତିରୁଚିରାପଲ୍ଲୀକୁ ଯାଉଥିଲା।