କଂଗ୍ରେସର ଅଭିଯୋଗ, ପୁଲଵାମା ଆକ୍ରମଣ ପରେ, ମୋଦୀ ସୁଟିଂରେ ବ୍ୟସ୍ତ ଥିଲେ

ନୂଆଦିଲ୍ଲୀ: ଗତ ୧୪ ତାରିଖ ପୁଲଵାମା ଆକ୍ରମଣ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟକଳାପର ପ୍ରଚାର ପାଇଁ ସୁଟିଂରେ ବ୍ୟସ୍ତ ଥିଲେ। ଏପରିକି ସେଦିନ ଅପରାହ୍ଣରେ ଆତ୍ମଘାତୀ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସୁଦ୍ଧା ମୋଦୀ ସନ୍ଧ୍ୟା ଯାଏ ଉତ୍ତରାଖଣ୍ଡର କରବେଟ୍ ଜାତୀୟ ଉଦ୍ୟାନରେ ଡିସକଭରି ଚ୍ୟାନେଲ୍ ପାଇଁ ସୁଟିଂ ଜାରି ରଖିଥିଲେ ବୋଲି ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଵାଲା ଅଭିଯୋଗ କରିଛନ୍ତି। ଯବାନମାନଙ୍କ ବୀରଗତି ପ୍ରାପ୍ତ ଖବର ଜାଣି ସୁଦ୍ଧା ମୋଦୀ ସେଦିନ ରାଜଧର୍ମ ଭୁଲି ନୌବିହାରର ମଜା ନେବା ସହ ଚା, ଜଳଖିଆରେ ଆପ୍ୟାହିତ ହେବା ଘଟଣା ସହିଦମାନଙ୍କ ବଳିଦାନ ପ୍ରତି ଅପମାନ ବୋଲି ଏକ ହିନ୍ଦୀ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ଉଲ୍ଲେଖ କରି ସୁର୍ଜେଵାଲା କହିଛନ୍ତି। ଅପରପକ୍ଷେ, ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ବିଶ୍ବ ଭାରତ ପଛରେ ଛିଡ଼ା ହେବାକୁ ଆଗେଇ ଆସିଥିବା ବେଳେ ଏପରି ଅଯଥା ତଥା ଅପ୍ରାସଙ୍ଗିକ କଥା ଉଠାଇ କଂଗ୍ରେସ ସୁରକ୍ଷା ବାହିନୀର ଆତ୍ମବଳ ଓ ଉତ୍ସାହକୁ ଦୁର୍ବଳ କରିବାକୁ ଚାହୁଛି ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର