କଂଗ୍ରେସ ‌କୋର କମିଟି ଭଙ୍ଗ, ୪ କାର୍ଯ୍ୟକାରୀ ସଭାପତି ପାଇଁ ‌ଯୋଜନା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ପରାଜୟ ପରେ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆଜି ଏହାର କୋର କମିଟି ଭଙ୍ଗ କରିଦେଇଛି। ‌ଆସନ୍ତା ‌ସଂସଦ ଅଧିବେଶନ ପୂର୍ବରୁ ୍ଆଜି ଅନୁଷ୍ଠିତ କଂଗ୍ରେସ ବରିଷ୍ଠ ନେତାଙ୍କ ବୈଠକରେ ଏହି ନଷ୍ପତ୍ତି ନିଆଯାଇଛି। ‌େତବେ ଏହି ବୈଠକକୁ ରାହୁଲ ଗାନ୍ଧୀ ଆସି ନଥିଲେ। ଚଳିତ ବର୍ଷ ମହାରାଷ୍ଟ୍ର, ହରିଆଣା, ଝାଡ଼ଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଏସଂପର୍କରେ ସୂଚନା ଦେଇ ଦଳୀୟ ମୁଖପାତ୍ର ସୁର୍ଯେୱାଲା କହିଲେ ଯେ ଖୁବଶୀଘ୍ର ବିଭିନ୍ନ ରାଜ୍ୟର ପିସିସି ସଭାପତିମାନଙ୍କ ବୈଠକ ଡକାଯିବ। ସାଂଗଠନିକ ପୁନର୍ଗଠନ ନେଇ ଏଥିରେ ଆଲୋଚନା କରାଯିବ। ରାହୁଲଙ୍କ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଲେ ଯେ ରାହୁଲଙ୍କ ଇସ୍ତଫା ଗୃହୀତ ହୋଇନାହିଁ। ‌େସ ଏବେ ବି କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ।

ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଆଇସିସି ସଭାପତି ପଦରେ ରାହୁଲ ରହିବେ, କିନ୍ତୁ ୪ ଜଣ କାର୍ଯ୍ୟକାରୀ ସଭାତିଙ୍କୁ ନିଯୁକ୍ତ କରାଯିବ। ଏଥିଲାଗି ଯେଉଁମାନଙ୍କର ନାମ ଶୁଣାଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ, ଅଶୋକ ଗେହଲଟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ସମ୍ବନ୍ଧିତ ଖବର