ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ଜିଦ୍ରେ ରାହୁଲ ଗାନ୍ଧୀ କାଏମ ରହିଥିବାରୁ ତାଙ୍କୁ ବୁଝାସୁଝା କରିବା ପାଇଁ ଆଜି ଦିନ ତମାମ କସରତ ଚାଲିଥିଲା। ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଇଲଟ, ରଣଦୀପ ସୁର୍ଯେୱାଲା, ଅହମ୍ମଦ ପଟେଲ ପ୍ରମୁଖ ରାହୁଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ତେବେ ରାହୁଲ ତାଙ୍କ ନିଷ୍ପତ୍ତି ବଦଳାଇବା ନେଇ କେତେକ ସର୍ତ୍ତ ରଖିଥିବା କୁହାଯାଉଛି। ଏ ବାବଦରେ ଅଧିକ ଆଲୋଚନା ହେବା ପରେ ରାହୁଲଙ୍କ ଇସ୍ତଫା ନେଇ ସ୍ଥିତି ସ୍ପଷ୍ପ ହେବ ବୋଲି ଜଣାପଡ଼ିଛି। ରାହୁଲ ଇସ୍ତଫା ଦେଲେ ଅଧ୍ୟକ୍ଷ ଭାବେ କାହାକୁ ନିଯୁକ୍ତି ଦିଆଯିବ ଏବଂ ଯଦି ଇସ୍ତଫା ନ ଦିଅନ୍ତି ତା’ହେଲେ ଦଳରେ କେଉଁ ସାଂଗଠନିକ ପରିବର୍ତ୍ତନ ହେବ ସେ ବାବଦରେ ଆଲୋଚନା ପାଇଁ ଏକ ଜରୁରୀ ବୈଠକ ମଧ୍ୟ ଡକାଯାଇଛି। କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଆଜି କଂଗ୍ରେସ ନେତାମାନେ ଦିନ ତମାମ ରାହୁଲଙ୍କ ବାସଭବନରେ ଡେରା ପକାଇଥିଲେ ମଧ୍ୟ ରାହୁଲ କେବଳ ପ୍ରିୟଙ୍କା ଏବଂ ସୁର୍ଯେୱାଲାଙ୍କ ସହ ହିଁ ତାଙ୍କ ଇସ୍ତଫା ବାବଦରେ ଆଲୋଚନା କରିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଥାଇ ମଧ୍ୟ ସେଠାରେ ଦଳର ଅତି ଶୋଚନୀୟ ସ୍ଥିତି ନେଇ ରାହୁଲ କ୍ଷୁବ୍ଧ ଅଛନ୍ତି।
ଅନ୍ୟପକ୍ଷରେ ରାହୁଲ କେରଳର ୱାୟନାଡ଼ ଆସନରୁ ବିଜୟୀ ହୋଇଥିବାରୁ ସେ ଦୁଇ ଦିନିଆ ୱାୟନାଡ଼ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଆମେଥିରୁ ପରାଜୟ ପରେ ରାହୁଲଙ୍କ ୱାୟନାଡ଼ ଗସ୍ତକୁ ବିଶେଷ ଗୁରୁତ୍ବ ଦିଆଯାଉଛି ।
କଂଗ୍ରେସ ସଙ୍କଟ:ରାହୁଲଙ୍କୁ ମନାଇବାକୁ ପ୍ରୟାସ ଜାରି
/sambad/media/post_attachments/wp-content/uploads/2019/05/images-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)