ପ୍ରଧାନମନ୍ତ୍ରୀଙ୍କ ଏସ୍‌ସିଓ ଫଟୋକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : ଉଜ୍‌ବେକିସ୍ତାନର ସମରକନ୍ଦରେ ଶୁକ୍ରବାର ଦିନ ଅନୁଷ୍ଠିତ ଏସ୍‌ସିଓ ଶିଖର ସମ୍ମିଳନୀର ଏକ ଫଟୋକୁ ନେଇ ଭାରତରେ ରାଜନୀତି ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରମୁଖ୍ୟମାନେ ଉଠାଇଥିବା ଗ୍ରୁପ୍‌ ଫଟୋକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ପ୍ରଧାନମନ୍ତ୍ରୀ ଫଟୋରେ ଧାଡ଼ିର ପ୍ରଥମରେ ଛିଡ଼ା ହୋଇଥିବା ବେଳେ ସବା ଶେଷରେ ଛିଡ଼ା ହୋଇଛନ୍ତି  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ତେବେ ଉଭୟଙ୍କୁ ଦୁଇ କୋଣରେ ରଖି ଫଟୋ ଉଠାଯାଇଥିବାରୁ ଏହା ଦେଶର ଗୁରୁତ୍ବ ହ୍ରାସ କରିଛି ବୋଲି କଂଗ୍ରେସ ନେତା ଗୌରବ ଗୋଗଇ କହିଛନ୍ତି।

ତେବେ ବିଜେପି ଏହାର କଡ଼ା ଜବାବ ଦେଇଛି । ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲା ପୂର୍ବରୁ ଅନୁଷ୍ଠିତ ଏକ ଜି-୨୦ ବୈଠକର ଫଟୋ ପୋଷ୍ଟ କରିଛନ୍ତି ଏବଂ ଏଥିରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦ୍ବିତୀୟ ଧାଡ଼ିରେ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଦେଶ ଗସ୍ତରେ ଯାଆନ୍ତି ତାଙ୍କୁ କଂଗ୍ରେସ ଟାର୍ଗେଟ୍‌ କରି ଦେଶକୁ ବଦନାମ କରିବାକୁ ପ୍ରୟାସ କରିଥାଏ ବୋଲି ପୁନାୱାଲା କହିଛନ୍ତି।

ସମ୍ବନ୍ଧିତ ଖବର