ରାଫେଲ କିଣା ଚୁକ୍ତି ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ପାଇଁ ଜାତୀୟ ନିରାପତ୍ତା ଏକ ସ୍ଲୋଗାନ ମାତ୍ର। ଭାରତୀୟ ବାୟୁସେନା ପାଇଁ ରାଫେଲ ବିମାନ କିଣା ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରି କଂ‌ଗ୍ରେସ ଜାତୀୟ ପ୍ରବକ୍ତା ପୱନ ଖେରା କହିଛନ୍ତି, ସ୍ବାଧୀନତା ପରେ ସମସ୍ତ କେନ୍ଦ୍ର ସରକାର ଜାତୀୟ ନିରାପତ୍ତାକୁ ଗୁରୁତ୍ବ ଦେଇ ଆସିଛନ୍ତି ଏବଂ ଏହାକୁ ରାଜନୈତିକ ଇସ୍ୟୁଠାରୁ ଦୂରେଇ ରଖିଛନ୍ତି। ମୋଦୀ ସରକାର ମଧ୍ୟ ଜାତୀୟ ନିରାପତ୍ତାକୁ ଗୁରୁତ୍ବ ଦେଇଥିଲେ ଏବଂ ଏଥିରେ କୌଣସି ବୁଝାମଣାର ପ୍ରଶ୍ନ ଉଠୁନାହିଁ ବୋଲି କହୁଥିଲେ। କିନ୍ତୁ ଯେତେବେଳେ କେନ୍ଦ୍ର ସରକାରଙ୍କ ଶିଳ୍ପପତି ବନ୍ଧୁମାନଙ୍କ ପକେଟ୍‌ ମାଲାମାଲ ହେବା କଥା ଉଠିଲା, ସେତେବେଳେ ଜାତୀୟ ନିରାପତ୍ତା ସେମାନଙ୍କ ପାଇଁ ସ୍ଲୋଗାନରେ ପରିଣତ ହେଲା।

ରାଫେଲ ଚୁକ୍ତିରେ ଦୁର୍ନୀତି ନେଇ ଫ୍ରାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ‌ ଭାରତ ସରକାର କାହିଁକି ଚୁପ୍‌ ରହିଛନ୍ତି ବୋଲି ‌ଖେରା ପ୍ରଶ୍ନ କରିଛନ୍ତି। ଏହି ଚୁକ୍ତିରେ ଫ୍ରାନ୍ସ ଉପକୃତ ହୋଇଛି। ଅର୍ଥ ନେଇ ଫ୍ରାନ୍ସ ତଦନ୍ତ ଆରମ୍ଭ କରିଛି। ଭାରତ ସରକାର କ୍ଷତି ସହି ମଧ୍ୟ ଚୁପ୍‌ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନିରବ ରହିଛନ୍ତି। ଅନ୍ୟପକ୍ଷରେ, ତଦନ୍ତ ଦୂରେ ଥାଉ ଏହି ମାମଲାରେ ଭାରତ ସରକାର କୌଣସି ମନ୍ତବ୍ୟ ମଧ୍ୟ ଦେଇ ନାହାନ୍ତି। ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ସମ୍ପୂର୍ଣ୍ଣ ନିରବ। ଏ ବାବଦରେ ସରକାର ତାଙ୍କ ଆଭି

ସମ୍ବନ୍ଧିତ ଖବର