ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ।

Advertisment

ନିଜ ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଗତ ଏକ ମାସରେ ରାଜ୍ୟରେ ୨୬ଟି ରାଜନୈତିକ ହତ୍ୟା ହୋଇସାରିଲାଣି । ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ନିର୍ବାଚନୀ ଓ ନିର୍ବାଚନୀ ପର ହିଂସାରେ ଅନେକ ଲୋକ ପ୍ରାଣ ହରାଇସାରିଲେଣି । ରାଜ୍ୟରେ ଏବେ ଭୟ ଓ ଆତଙ୍କର ବାତାବରଣ ରହିଛି । ଏଣୁ ରାଜ୍ୟରେ ସମ୍ବିଧାନର ଧାରା ୩୫୫ (ରାଷ୍ଟ୍ରପତି ଶାସନ) ଲଗାଯାଉ ।

ମଙ୍ଗଳବାର ସକାଳେ ବୀରଭୂମ ଜିଲ୍ଲାର ବୋଗଟୁଇ ଗ୍ରାମରେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଟିଏମସି ସମର୍ଥିତ ଉପ-ପ୍ରଧାନ ଭାଦୁ ଶେଖ ହତ୍ୟା କରାଯାଇଥିଲା । ଏହା ପରେ ଗାଁରେ ଜବାବି ହିଂସା ଆରମ୍ଭ ହୋଇଯାଇଥିଲା । ଏହି ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କେତେକ ଉତ୍ତ୍ୟକ୍ତ ଲୋକ ପ୍ରାୟ ୧୦-୧୨ଟି ଘର ଜଳାଇଦେବା ସହ ୧୨ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଜିଅନ୍ତା ଜଣଳାଇ ହତ୍ୟା କରିଦେଇଥିଲେ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି ।

ରାଜ୍ୟପାଳ ଜୟଦୀର ଧନକର ଏହି ହିଂସାକୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ହିଂସା ସଂସ୍କୃତି ଓ ଅରାଜକତା  କବଳକୁ ଚାଲିଯାଇଥିବା କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଏପରି ମନ୍ତବ୍ୟକୁ ବିରୋଧ କରିଥିଲେ ।