ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସନ୍ତା ୨୮ ତାରିଖ ଦିନ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଡାକରା ଦିଆଯାଇଛି। ଏ ନେଇ ଏଆଇସିସିର ସଂଗଠନ ସମ୍ପାଦକ କେ.ସି. ବେଣୁଗୋପାଳ ସବୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବେଣୁଗୋପାଳଙ୍କ ସୂଚନା ଅନୁଯାୟୀ, ଆସନ୍ତା ଡିସେମ୍ବର ୨୮ ତାରିଖ ହେଉଛି କଂଗ୍ରେସର ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସର ରାଜ୍ୟ ମୁଖ୍ୟାଳୟମାନଙ୍କରେ ‘ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ଛାତ୍ର ଓ ଯୁବ ସଂଗଠନ ସାମିଲ ହେବେ। ପିସିସି ସଭାପତି, ବିଧାୟକ ଦଳ ନେତା, ତଥା ବରିଷ୍ଠ କଂଗ୍ରେସ ନେତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ଅପରପକ୍ଷେ ଶାସକ ଦଳ ଦ୍ବାରା ନାଗରିକତା ସଂଶୋଧନ ଆଇନକୁ ନେଇ ଯେଉଁସବୁ ଅପପ୍ରଚାର କରାଯାଉଛି, ତାହାର ପ୍ରକୃତ ସତ୍ୟ ଉନ୍ମୋଚନ କରିବା ପାଇଁ ଏକ ଟିମ୍ ଗଠନ କରାଯିବ। ନାଗରିକତା ସଂଶୋଧନ ଆଇନକୁ ବିରୋଧ ନେଇ ବିଶ୍ବବିଦ୍ୟାଳୟମାନଙ୍କ ଯେଉଁଭଳି ଆକ୍ରମଣ ଚାଲିଛି, ତା’ ଉପରେ ମଧ୍ୟ ନଜର ରଖିବା ପାଇଁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବେଣୁଗୋପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/congress.jpg)