ଦିଲ୍ଲୀରେ ମହାମେଣ୍ଟକୁ କଂଗ୍ରେସ ଅରାଜି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ବିରୋଧୀ ମହାମେଣ୍ଟ ହେବାର ସମ୍ଭାବନା ଆଉ ନାହିଁ ବୋଲି ଜଣାଯାଇଛି। ଏଥିପାଇଁ କଂଗ୍ରେସ ସମସ୍ତ ରାସ୍ତା ବନ୍ଦ କରିଦେଇଛି ବୋଲି ଆପ୍ ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସହ ଯାବତୀୟ ତିକ୍ତତା ସତ୍ତ୍ବେ ତାଙ୍କ ଦଳ ମହାମେଣ୍ଟ କରିବା ଲାଗି ପ୍ରସ୍ତୁତ ଥିଲା। କାରଣ ଶାସନରୁ ମୋଦୀ-ଶାହ ଯୋଡ଼ିକୁ ହଟାଇବା ପାଇଁ ଏହା ଜରୁରୀ ଥିଲା। ମାତ୍ର ମହାମେଣ୍ଟ ପାଇଁ ମନା କରିଦେଇଥିବାରୁ କଂଗ୍ରେସ ବୋଧେ ଦୃଢ଼ ଅଛି ବୋଲି କେଜ୍ରିଵାଲ କହିଛନ୍ତି। ମାତ୍ର ଏହାଦ୍ବାରା ବିଜେପି ବିରୋଧୀ ଶକ୍ତି ଦୁର୍ବଳ ହୋଇଚାଲିଛି ବୋଲି ସେ ଟିପ୍ପଣୀ କରିବା ସହ ଦିଲ୍ଲୀରେ ତାଙ୍କ ଦଳ ଏକାକୀ ଯଥେଷ୍ଟ ଭଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର