ପୋଲିଂ ବୁଥ୍‌ ବାହାରେ ଭାଷଣ ଦେବାରୁ ମୋଦୀଙ୍କ ବିରୋଧରେ ନିର୍ବାଚନ କମିସନ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ଅହମ୍ମଦାବାଦ୍‌ : ମଙ୍ଗଳବାର ଅହମ୍ମଦାବାଦ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍‌ ଦେବା ପରେ ପୋଲିଂ ବୁଥ୍‌ ବାହାରେ ରାଜନୈତିକ ଭାଷଣ ଦେଇଥିଲେ । ଏ ନେଇ ଏବେ ଅଭିଯୋଗ ଆଣିଛି କଂଗ୍ରେସ । ମୋଦୀଜୀ ପୋଲିଂ ବୁଥ୍‌ ବାହାରେ ଏଭଳି ଭାଷଣ ଦେବା ପରେ କଂଗ୍ରେସ ଏବେ ନିର୍ବାଚନ କମିସନକୁ ଅଭିଯୋଗ କରିଥିବା ଜଣା ପଡ଼ିଛି । ସଂନ୍ଧ୍ୟା ୫ଟା ସମୟରେ କଂଗ୍ରେସର ପ୍ରତିନିଧିମଣ୍ଡଳ ନିର୍ବାଚନ କମିସନଙ୍କ ପାଖରେ ପହଞ୍ଚି ଏ ନେଇ ମୋଦୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

Hindustan Times

ମୋଦୀ କିଭଳି ମତଦାନ ଚାଲୁଥିବା ସମୟରେ ମତଦାନ କେନ୍ଦ୍ର ବାହାରେ ଯାଇ ରାଜନୈତିକ ଭାଷଣ ଦେଲେ । ଏହା ନିର୍ବାଚର ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିସନଙ୍କ ଆଗରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ସୂଚନା ମୁତବକ, ଖୋଲା ଜିପ୍‌ରେ ଯାଇ ରନିପ୍‌ରେ ଥିବା ନିଶାନ୍‌ ହାଇସ୍କୁଲରେ ପହଞ୍ଚିଥିଲେ ମୋଦୀ । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇବା ସହ ଭୋଟ୍‌ ଦେବା ପରେ ବାହାରକୁ ଆସି ଭାଷଣ ଦେଇଥିଲେ ମୋଦୀ ।

ସମ୍ବନ୍ଧିତ ଖବର