କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆଜି

ନୂଆଦିଲ୍ଲୀ : ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ବିଧାନସଭା ନିର୍ବାଚନ ଫଳ ଘୋଷଣାର ୩ ଦିନ ପରେ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ଆଜି ଅପରାହ୍ଣ ୪ଟାରେ ଆରମ୍ଭ ହେବ। ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବରରେ ହେବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ଆଗୁଆ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ନିର୍ବାଚନରେ ପରାଜୟ ପରେ ଦଳର ଶୀର୍ଷ ନେତୃତ୍ବ ଉପରେ ଚାପ ସୃଷ୍ଟି ହୋଇଛି। ପଂଜାବରେ ଶାସନ କ୍ଷମତାକୁ କଂଗ୍ରେସ ଠାରୁ ଆମ ଆଦ୍‌ମୀ ପାର୍ଟି ଛଡ଼ାଇ ନେଇଥିବାବେଳେ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଦଳ କ୍ଷମତାକୁ ଫେରିବା ନେଇ ରଖିଥିବା ଆଶା ଧୂଳିସାତ ହୋଇଛି। ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ମଙ୍ଗ ପ୍ରିୟଙ୍କା ଗାନ୍ଧି ଭଦ୍ରା ଧରିଥିଲେ ମଧ୍ୟ ସେଠାରେ ମୋଟ ୪୦୩ଟି ଆସନରୁ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟୀ ହୋଇଛି। ଦଳକୁ ମାତ୍ର ୨.୪ ପ୍ରତିଶତ ଭୋଟ ମିଳିଛି।

ସମ୍ବନ୍ଧିତ ଖବର