‘କ୍ରସ୍ ଭୋଟିଂ’ ପାଇଁ ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ଦଳର ସମସ୍ତ ପଦରୁ ହଟାଇଲା କଂଗ୍ରେସ

ନୂଆଦିଲ୍ଲୀ: ​​’କ୍ରସ୍ ଭୋଟିଂ’ କରି ଫସିଲେ କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ। ରାଜ୍ୟସଭା ନିର୍ବାଚନରେ ​​’କ୍ରସ୍ ଭୋଟିଂ’ କରିଥିବା ଅଭିଯୋଗରେ ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳଙ୍କ ଅନୁଯାୟୀ ସୋନିଆ ଗାନ୍ଧୀ, ବିଷ୍ଣୋଇଙ୍କୁ ସମସ୍ତ ଦାୟିତ୍ବରୁ ମୁକ୍ତ କରିଛନ୍ତି।

ସୂଚନା ମୁତାବକ, ରାଜ୍ୟସଭା ନିର୍ବାଚନରେ ହରିୟାଣାର ଦୁଇଟି ଆସନ ପାଇଁ କ୍ରସ ଭୋଟିଂ କରି ହରିୟାଣା ବିଧାୟକ ଏବେ ଦଳର କ୍ରୋଧର ହୋଇଛନ୍ତି। ତାଙ୍କର ଏହି ପଦକ୍ଷେପ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନ ପରାଜୟ ହେବାରୁ ଏବେ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି।କାର୍ତ୍ତିକେୟ ଶର୍ମାଙ୍କ ପାଇଁ ବିଷ୍ଣୁ କ୍ରସ ଭୋଟ୍ କରିଥିଲେ, ଯିଏ ବିଜେପି ତଥା ଏହାର ସହଯୋଗୀ ଜେଜେପି ଦ୍ୱାରା ସମର୍ଥିତ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ମତଦାନରେ ପ୍ରବେଶ କରିଥିଲେ। କଂଗ୍ରେସ ଦଳରେ ରହି ଏଭଳି ଭାବେ ଦଳକୁ ଠକିବାରୁ ଅଜୟ ମାକନଙ୍କୁ ହାରିବାକୁ ପଡ଼ିଥିଲା। ଅଜୟ ମାକନ ହାରିବା ପରେ କୁଲଦୀପ ବିଷ୍ଣୋଇ ଟ୍ବିଟ କରି ଲେଖିଥିଲେ ଯେ, ଫଣାକୁ ଭାଙ୍ଗିବାର କ୍ଷମତା ମୋ ପାଖରେ ଅଛି, ସାପର ଭୟ ପାଇଁ ମୁଁ ଜଙ୍ଗଲ ଛାଡିବି ନାହିଁ। ଶୁଭ ସକାଳ।’

ଦଳର ରାଜ୍ୟ ୟୁନିଟର ନବୀକରଣ କରାଯିବା ସମୟରେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିବାରୁ ସେ ଏଭଳି କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର