କଂଗ୍ରେସ୍‌କୁ ପୁଣି ଏକ ଝଟ୍‌କା, ଅଖିଳେଶ କହିଲେ ଆଉ ଅପେକ୍ଷା କରିହେବନି

ଲ‌େକ୍ଷ୍ନୗ : କଂଗ୍ରେସକୁ ଆଜି ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ବିଏସ୍‌ପି ପରେ ଏବେ ସପା‌ (ସମାଜବାଦୀ ପାର୍ଟି) ମଧ୍ୟ ନିଜ ରାସ୍ତା ନିଜେ ବାଛିବ ବୋଲି ରୋକ୍‌ଠୋକ୍‌ କହିଦେଇଛି। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ ହେବନାହିଁ। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ କଂଗ୍ରେସ ବହୁତ ଅପେକ୍ଷା କରାଇଲା। ଆଉ ଅପେକ୍ଷା କରିହେବ ନାହିଁ। ତା’ଛଡ଼‌ା ଏବେ ନିର୍ବା‌ଚନ ତାରିଖ ମଧ୍ୟ ଘୋଷଣା ହୋଇଗଲାଣି। ଏଣିକି ଦଳ କଂଗ୍ରେସକୁ ଛାଡ଼ି ଅନ୍ୟ ଦଳ ସହିତ ସାମିଲ ହୋଇ ନିର୍ବାଚନ ଲଢ଼ିବ ବୋଲି ସେ ସଙ୍କେତ ଦେଇଛନ୍ତି। ଅଖିଳେଶ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରାଯିବ ନାହିଁ। ତେବେ ସପା, ବିଏସ୍‌ପି ଏବଂ ଜିଜିପି (ଗଣ୍ଡୱାନା ଗଣତନ୍ତ୍ର ପାର୍ଟି) ଏକତ୍ର ନିର୍ବାଚନ ଲଢ଼ିବା ନେଇ ଅଖିଳେଶ ମାୟାବତୀଙ୍କ ସହ କଥା ହେବେ ବୋଲି କହିଛନ୍ତି। ଗୋଟିଏ ପଟେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ସପା ଓ ବିଏସ୍‌ପି ଏକତ୍ର ନିର୍ବାଚନ ଲଢ଼ିବା ନେଇ ଯୋଜନା କରୁଥିବାବେଳେ ରାଜ୍ୟ ବିଧାନସଭ‌ା ନିର୍ବାନଚରେ ବି ଉଭୟ ଦଳ ଏକତ୍ର ନିର୍ବାଚନ ଲଢ଼ି‌େବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର