କଂଗ୍ରେସକୁ ଝଟ୍‌କା, ଇସ୍ତଫା ଦେଲେ ଅଶୋକ ତନ୍‌ୱର

ନୂଆଦିଲ୍ଲୀ: ହରିୟାଣା କଂଗ୍ରେସର ଟାଣୁଆ ନେତା ଅଶୋକ ତନ୍‌ୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ନିର୍ବାଚନ କମିଟିରୁ ଇସ୍ତଫା ଦେବାର ୨ ଦିନ ପରେ ତନ୍‌ୱର ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଟ୍ବିଟର୍‌ରେ ନିଜ ଇସ୍ତଫା ନିଷ୍ପତ୍ତି ଘୋଷଣା କରି ତନ୍‌ୱର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖକୁ ଏକ ୪ ପୃଷ୍ଠାର ଇସ୍ତଫାପତ୍ର ଲେଖିଛନ୍ତି। ତନ୍‌ୱର କହିଛନ୍ତି, କଂଗ୍ରେସ ଏବେ ଅସ୍ତିତ୍ବ ସଙ୍କଟ ଦେଇ ଗତି କରୁଛି। ଦଳରେ ଅର୍ଥ, ବାହୁବଳ ଏବଂ ବ୍ଲାକମେଲ୍‌ ବଢ଼ିବାରେ ଲାଗିଛି। ରାହୁଲ ଗୁରୁତ୍ବ ଦେଉଥିବା ଯୁବନେତାମାନଙ୍କୁ ବିତାଡ଼ିତ କରିବାପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର