ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା: ନିଜ ଜାହାଜ ନିଜେ ବଞ୍ଚାଇବାକୁ ରାଜ୍ୟ ସଂଗଠନକୁ କହିଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ହଟିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ କହିିଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ  ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା ।

Image result for congress
Sunday Guardian
କଂଗ୍ରେସ କ୍ଷମତାରେ ଥିବା  ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ପଞ୍ଜାବର ନେତାମାନଙ୍କୁ ଅଲଗା ଭାବେ ଭେଟିଥିଲେ ଦଳର ଶୀର୍ଷ ନେତା । କିଛି ସାଂଗଠନିକ ଅଧିକାରୀଙ୍କ ସହ ରାଜ୍ୟସ୍ତରୀୟ ସଚିବ ଏହି ଚର୍ଚ୍ଚାରେ ଭାଗ ନେଇଥିଲେ । ଏଥିରେ ରାଜ୍ୟ ସଂଗଠନଗୁଡିକୁ ଦଳର ଆର୍ଥିକ ଭାର ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଆଗକୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ରହିଛି । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ବିପୁଳ ଅର୍ଥ ଆବଶ୍ୟକ । ତେଣୁ ଦଳ କ୍ଷମତାରେ ଥିବା ରାଜ୍ୟଗୁଡିକୁ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ କହିଛି। ଦଳ ଏବେ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ରହିଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭାଗୁଆଳୀ ସରକାର ଚଳାଇଛି । ୨୦୧୪ରେ ୟୁପିଏ କ୍ଷମତାରୁ ଯିବା ଦିନରୁ ରାଜ୍ୟ ନିର୍ବାଚନରେ ମଧ୍ୟ ଦଳ ପ୍ରଭାବ ହରାଇଛି । କୁହାଯାଇଛି ଏସଓଏସ -‘ସେଭ ଇଓର ସିପ୍’ ଅର୍ଥାତ ନିଜ ଜାହାଜ ନିଜ ବଞ୍ଚାଅ ବୋଲି ଦଳର ମୁଖ୍ୟ ନେତା ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବନ୍ଧିତ ଖବର