ଦଙ୍ଗା ଅଞ୍ଚଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ମୋଦୀଙ୍କୁ ସିବଲ୍‌ଙ୍କ କଟାକ୍ଷ

ମୋଦୀଙ୍କୁ ସିବଲ୍‌ଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଦଙ୍ଗା ପ୍ରଭାବିତ ଉତ୍ତରପୂର୍ବ ଦିଲ୍ଲୀ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟିରେ ମୁକୁଲ ୱାସନିକ୍‌, ତାରିକ୍‌ ଅନୱର, ସୁସ୍ମିତା ଦେବ, ଶକ୍ତିସିଂହ ଗୋହିଲ ଏବଂ କୁମାରୀ ସେଲ୍‌ଜା ଅଛନ୍ତି। ଏହି କଂଗ୍ରେସ ପ୍ରତିନିଧି ଦଳ ଦଙ୍ଗା ଆଜି ଅପରାହ୍ନରେ ପ୍ରଭାବିତ ଅଞ୍ଚଳକୁ ଯାଇ କାମ ଆରମ୍ଭ କରିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଦିଲ୍ଲୀ ହିଂସା ନେଇ କଂଗ୍ରେସ କେନ୍ଦ୍ର ଏବଂ ଦିଲ୍ଲୀ ସରକାରକୁ ଟାର୍ଗେଟ୍‌ କରିଛି । କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଏକ ସ୍ମାରକପତ୍ର ଗତକାଲି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ହିଂସା ସମୟରେ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ନିରବଦ୍ରଷ୍ଟା ସାଜିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।

ମୋଦୀଙ୍କୁ ସିବଲ୍‌ଙ୍କ କଟାକ୍ଷ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦିଲ୍ଲୀ ହିଂସା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ଏକ ଟ୍ବିଟ୍‌ କରି ସିବଲ କହିଛନ୍ତି, ‘ତତ୍କାଳ ପ୍ରତିକ୍ରିୟା। ମୋଦୀଜୀ ୬୯ ଘଣ୍ଟାର ନିରବତା ପରେ‌ ଆମ ଭାଇ ଓ ଭଉଣୀମାନଙ୍କୁ ଶାନ୍ତିରକ୍ଷା ପାଇଁ ନିବେଦନ କରିଥିବାରୁ ଧନ୍ୟବାଦ।’

ସମ୍ବନ୍ଧିତ ଖବର