ନୂଆଦିଲ୍ଲୀ: ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ବଡ଼ ଘୋଷଣା କରିଛି। ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ପ୍ରତି ବର୍ଷ ୭୨ହଜାର ଲେଖାଏଁ ଟଙ୍କା ମିଳିବ। ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଗରିବଙ୍କ ଜମାଖାତାରେ ଏହି ଟଙ୍କା ସିଧାସଳଖ ଜମା କରାଯିବ ନେଇ ରାହୁଲ କହିଛନ୍ତି। କଂଗ୍ରେସର ଏହି ଯୋଜନାକୁ ମନରେଗା ପାର୍ଟ-୨ ବୋଲି କୁହାଯାଉଛି।

Advertisment

publive-image The Financial Express

ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି, ୫ବର୍ଷରେ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏମିତିରେ ଗରିବଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ନିର୍ଣ୍ଣୟ ନେଇଛି । ଗରିବ ପରିବାରଙ୍କୁ ପ୍ରତି ବର୍ଷ ୭୨ହଜାର ଟଙ୍କା ମିଳିବ। ଏଥିରେ ପ୍ରତ୍ୟେକ ଜାତି, ଧର୍ମର ଗରିବଙ୍କୁ ଫାଇଦା ହେବ। ଏହି ଯୋଜନା ଜରିଆରେ ପ୍ରତ୍ୟେକ ଗରିବଙ୍କ ଆୟକୁ ୧୨ହଜାର ଟଙ୍କା ସୁନିଶ୍ଚିତ କରାଯିବ। ଯଦି ଏଥିରୁ କିଛି ଟଙ୍କା କମ୍‌ ହୁଏ ତେବେ ସେହି ଅର୍ଥ ସରକାର ଦେବେ।