‘ସିବିଆଇ, ଇଡି, ପେଗାସସ୍‌ ଓ ତିନି-ଚାରି ଜଣ କୋଟିପତି ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ‘ସିବିଆଇ, ଇଡି, ପେଗାସସ୍‌ ଓ ତିନି-ଚାରି ଜଣ କୋଟିପତି ଦେଶର ସାଂପ୍ରତିକ ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି’ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏହାର ପ୍ରମାଣ ସଦବାକୁ ଯାଇ ସେ କହିଛନ୍ତି ଯେ ୟୁପି ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ବିଏସପି ମୁଖ୍ୟ ମାୟାବତୀଙ୍କ ସହ ମେଣ୍ଟ କରି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ସେ ଏହାର ଉତ୍ତର ମଧ୍ୟ ଦେଇ ନଥିଲେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।

ଶନିବାର ଦିନ ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାହୁଲ ଗାନ୍ଧୀ କହିଥିଲେ ଯେ ମାୟାବତୀ ସିବିଆଇ, ଇଡି ଏବଂ ପେଗାସସ୍‌ ହେତୁ ବିଜେପିକୁ ଏକ ଖୋଲା ରାସ୍ତା ଛାଡ଼ି ଦେଇଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି, ଆମକୁ ସମ୍ବିଧାନର ସୁରକ୍ଷା କରିବାକୁ ପଡିବ। ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମକୁ ଆମର ଅନୁଷ୍ଠାନଗୁଡ଼ିକୁ ସୁରକ୍ଷା ଦେବାକୁ ପଡିବ। କିନ୍ତୁ ସମସ୍ତ ଅନୁଷ୍ଠାନ ଏବେ ଆରଏସଏସ ହାତରେ ଅଛନ୍ତି। ଯଦି ଅନୁଷ୍ଠାନଗୁଡିକ ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ନହୁଅନ୍ତି, ତେବେ ଦେଶ ମଧ୍ୟ ହେବ ନାହିଁ ବୋଲି ଉଲ୍ଲେଖ କରି କଂଗ୍ରେସ ନେତା କହିଛନ୍ତି, ଏହା ଏକ ନୂତନ ଆକ୍ରମଣ ନୁହେଁ। ଏହା ସେହି ଦିନ ଆରମ୍ଭ ହୋଇଥିଲା ଯେତେବେଳେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା।

Image Courtsy: India Today

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ସିବିଆଇ, ଇଡି ଏବଂ ପେଗାସସ୍‌ ବ୍ୟତୀତ ତିନି-ଚାରି ଜଣ କୋଟିପତି ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରନ୍ତି। ମୁଁ ଆପଣଙ୍କୁ କହୁଛି, ଯଦି ମୁଁ ଗୋଟିଏ ଟଙ୍କା ମଧ୍ୟ ନେଇଥାନ୍ତି, ତେବେ ମୁଁ ଏହି ଭାଷଣ ଦେବାକୁ ସକ୍ଷମ ହୋଇ ନଥାନ୍ତି। କଂଗ୍ରେସ ନେତା ରାହୁଲ ଏହା ମଧ୍ୟ କହିଛନ୍ତି ଯେ କ୍ଷମତା ପ୍ରତି ତାଙ୍କର କୌଣସି ଆଗ୍ରହ ନାହିଁ। ଏହା ପରିବର୍ତ୍ତେ, ମୁଁ ଦେଶକୁ ବୁଝିବାକୁ ଚେଷ୍ଟା କରୁଛି। ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଥିଲି କିନ୍ତୁ ସଚ୍ଚୋଟ ଭାବରେ ଯଦି କହିବି, ଏଥିରେ ମୋର ଆଗ୍ରହ ନାହିଁ।

ସମ୍ବନ୍ଧିତ ଖବର