ପଣଜୀ: ମଙ୍ଗଳବାର ଦିନ ଗୋଆରେ ଆମ ଆଦମୀ ପାର୍ଟି (ଆପ)କଂଗ୍ରେସ ବିରୁଦ୍ଧରେ ନିଜର ସହଯୋଗୀମାନଙ୍କ ପ୍ରତି "ସର୍ବଦା ବିଶ୍ୱାସଘାତକତା" କରିବାର ଅଭିଯୋଗ ଆଣିଛି। ସେ ୨୦୨୭ ବିଧାନସଭା ନିର୍ବାଚନରେ ଗୋଆରେ ପ୍ରାକ-ନିର୍ବାଚନ ମେଣ୍ଟର କୌଣସି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି, ଆପର ରାଜ୍ୟ ୟୁନିଟ୍ ସଭାପତି ଅମିତ ପାଲକର କହିଛନ୍ତି, ଗୋଆରେ ସାଧାରଣ ଧାରଣା ହେଉଛି ଯେ, କଂଗ୍ରେସକୁ ଭୋଟ ଦେବା ବିଜେପିକୁ ଭୋଟ ଦେବା ପରି। କାରଣ ଦଳର ନିର୍ବାଚିତ ବିଧାୟକମାନେ ଅତୀତରେ ଭାଜପା ଶିବିରରେ ଯୋଗ ଦେଇଛନ୍ତି।

Advertisment

ସେ କହିଥିଲେ,କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ପରିଚାଳିତ ଏକ ଦଳ। ପ୍ରତ୍ୟେକ ଥର ଦଳର ବିଧାୟକମାନେ ନିର୍ବାଚିତ ହେବାପରେ, ବିଜେପିରେ ଯୋଗ ଦେଇଥାନ୍ତି। ଆମେ ଗୋଆରେ ଏଭଳି ଘଟଣା ଦୁଇଥର ଦେଖିଛୁ। 

ପାଲକର ଅଭିଯୋଗ କରିଛନ୍ତି, ଆପ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ସମର୍ଥନ କରିଥିଲା କିନ୍ତୁ କଂଗ୍ରେସ ସର୍ବଦା ନିଜର ସହଯୋଗୀମାନଙ୍କ ପ୍ରତି ବିଶ୍ୱାସଘାତକତା କରି ଆସିଛି। କଂଗ୍ରେସ ଗୁଜୁରାଟ ଉପନିର୍ବାଚନ ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ଏଭଳି କରିଛି। ତେଣୁ କଂଗ୍ରେସ ସହିତ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଆମ ଦଳ ୨୦୨୭ ଗୋଆ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଆପର ଦୁଇ ଜଣ ବିଧାୟକ ଅଛନ୍ତି।

goa | APP | congress | BJP