ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ଚମତ୍କାର ବିଜୟ ହାସଲ କରିଥିବା ବେଳେ ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଛି। ତେବେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଦଳ ଗମ୍ଭୀର ପ୍ରଶ୍ନ ଉଠାଇଛି। ନିର୍ବାଚନର ନିରପେକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି କରି କଂଗ୍ରେସ କହିଛି ଯେ 'ଲେଭେଲ୍ ପ୍ଲେଏଙ୍ଗ୍ ଫିଲ୍ଡ' ବିଗିଡ଼ି ଯାଇଛି ।
କଂଗ୍ରେସ କହିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ଜନତା ବିଜେପିକୁ ପରାସ୍ତ କରିଥିଲେ, କିନ୍ତୁ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ମାନେ କିପରି ବିପୁଳ ବିଜୟ ହାସଲ କରିଥିଲେ ତାହା ତଦନ୍ତର ବିଷୟ। କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ନିର୍ବାଚନ ପ୍ରକ୍ରିୟା ସମୟରେ ଏପରି ବାତାବରଣ ସୃଷ୍ଟି କରାଯାଇଥିଲା ଯାହା ଏକ ନିରପେକ୍ଷ ଏବଂ ସନ୍ତୁଳିତ ମୁକାବିଲାକୁ ଅସମ୍ଭବ କରିଦେଇଥିଲା । ଏହି ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ ବୋଲି କଂଗ୍ରେସ କହିଛି। ନିର୍ବାଚନରେ ବ୍ୟବହୃତ ରଣନୀତି ଓ ସମ୍ବଳ କୁ ନେଇ ଦଳ ପ୍ରଶ୍ନ ଉଠାଇ କହିଛି ଯେ ବିଜେପି ୧୪୮ଟି ଆସନରୁ ୧୩୨ଟି ରେ କିପରି ବିଜୟୀ ହେଲା ତାହା ବୁଝିବାକୁ ଚେଷ୍ଟା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/23/57WIs2ffXxyfjjk03HS4.jpeg)