କର୍ଣ୍ଣାଟକରେ କଂଗ୍ରେସ ୨୦, ଜେଡିଏସ୍‌ ୮ ଆସନରୁ ଲଢ଼ିବ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ଏବଂ ‌ଜେଡିଏସ୍‌ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ‌ହୋଇଛି। କର୍ଣ୍ଣାଟକର ୨୮ ଲୋକସଭା ଆସନରୁ କଂଗ୍ରେସ ୨୦ ଆସନରେ ଲଢ଼ିବ ଏବଂ ବଳକା ୮ଟି ଆସନରେ ଜେଡିଏସ୍‌ ପ୍ରାର୍ଥୀ ଲଢ଼ିବେ ବୋଲି ସ୍ଥିର ହୋଇଛି। ହାସନ୍‌, ମାଣ୍ଡ୍ୟା, ବେଙ୍ଗାଲୁରୁ ଉତ୍ତର, ଉଡ଼ୁପି-ଚିକ୍କମଗଲୁର, ଶିବମୋଗ୍ଗା, ଉତ୍ତର କନ୍ନଡ଼ ଏବଂ ବିଜୟପୁରରେ ଜେଡିଏସ୍‌ ନିର୍ବାଚନ ଲଢ଼ିବ ବୋଲି ଘୋଷଣା ହୋଇଥିବା ବେଳେ ବାକି ୨୦ଟି ଆସନରେ ଜେଡିଏସ୍‌ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ତେବେ ଚଳିତ ଆସନ ବୁଝାମଣାରେ କଂଗ୍ରେସକୁ ତୁମାକୁରୁ ନିର୍ବାଚନ ମଣ୍ଡଳୀକୁ ତ୍ୟାଗ କରିବାକୁ ପଡ଼ିବ। ଏହି ନିର୍ବାଚନ ମଣ୍ଡଳୀକୁ ଏବେ କଂଗ୍ରେସ ସାଂସଦ ଏସ୍‌ ପି ମୁଦ୍ଦାନୁମେ ଗୌଡ଼ା ପ୍ରତିନିଧିତ୍ବ କରୁଥିବା‌ବେଳେ ଏବେ ଏହା ଜେଡିଏସ୍‌ ହାତକୁ ଯିବ। ଜେଡିଏସ୍‌ ସୁପ୍ରିମ‌ୋ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ବେଙ୍ଗାଲୁରୁ ଉତ୍ତର କିମ୍ବା ତୁମାକୁରୁରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଜେଡିଏସ୍‌ ସାଧାରଣ ସଚିବ ଡାନିସ ଅଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ପରେ ଦେବଗୌଡ଼ାଙ୍କ ସହ ଆଲୋଚନା ହେବାପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା।

ସମ୍ବନ୍ଧିତ ଖବର