ଭୋପାଳ : ମଧ୍ୟପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିଥିବା ବେଳେ ଏବେ ପଲା ଓଲଟି ଯାଇଛି। ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି। ମଧ୍ୟପ୍ରଦେଶର ୨୯ ଲୋକସଭା ଆସନରୁ ବିଜେପି ୨୮ଟି ଆସନରେ ଜିତିଛି। । ବିଜେପିର ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରୁ ଭୋପାଳ ଆସନରେ ନିର୍ବାଚନ ଲଢ଼ିଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ପରାଜିତ କରିଛନ୍ତି। ସାଧ୍ବୀ ପ୍ରଜ୍ଞା ଏହି ଆସନରେ ୩ ଲକ୍ଷରୁ ଅଧିକ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଲୋକସଭା ଆସନରେ ପରାଜୟ ବରଣ କରିଛନ୍ତି। ତେବେ ଛିଣ୍ଡୱାଡ଼ା ଲୋକସଭା ଆସନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁଅ ନକୁଲ ନାଥ ନିର୍ବାଚନ ଜିତିଛନ୍ତି।। ଛିନ୍ଦୱାଡ଼ା କମଳନାଥଙ୍କ ଗଡ଼ ଭାବେ ବିବେଚିତ । କମଳନାଥ ଏହି ଆସନରେ ୧୯୮୦ରୁ ୨୦୧୪ ମଧ୍ୟରେ ଲଗାତାର ୯ ଥର ନିର୍ବାଚନ ଜିତିଛନ୍ତି।
ଉଲ୍ଲେଖଯୋଗ୍ୟ ବିଜେପି ପାଇଁ ଭୋପାଳ ଆସନ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା। ୧୯୮୯ରୁ ବିଜେପି ଏହି ଆସନରେ କ୍ରମାଗତ ବିଜୟ ହାସଲ କରି ଆସିଥିଲା। ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବାକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ସାଧ୍ବୀଙ୍କ ବିଭିନ୍ନ ବିବାଦୀୟ ବୟାନ ପାଇଁ ବିଜେପି ଏହି ଆସନରେ ବିଜୟ ବଜାୟ ରଖିପାରିବ କି ନା’ ସେନେଇ ସନ୍ଦେହ ଉପୁଜିଥିଲା। କିନ୍ତୁ ସାଧ୍ବୀ ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟ ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଦାମୋହ ଲୋକସଭା ଆସନ ମଧ୍ୟ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ। ବିଜେପି ଏହି ଆସନରେ ୧୯୮୯ରୁ ଏହି ଆସନରେ ଜିତି ଆସୁଛି। କଂଗ୍ରେସ ଶେଷ ଥର ପାଇଁ ୧୯୮୪ରେ ଏହି ଆସନରେ ବିଜୟ ହାସଲ କରିଥିଲା।
ମଧ୍ୟପ୍ରଦେଶରେ କଂଗ୍ରେସ ଆଶା ଧୂଳିସାତ
୨୯ରୁ ୨୮ ଆସନ ବିଜେପି ଦଖଲରେ
/sambad/media/post_attachments/wp-content/uploads/2019/05/mp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)