ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ ଟାର୍ଗେଟ୍ କରି କଂଗ୍ରେସ ବିଭିନ୍ନ ସ୍ଥାନରେ ‘ପେସିଏମ୍’ ନାମରେ ବିବାଦୀୟ ପୋଷ୍ଟର ଲଗାଇବା ପରେ ଏହାକୁ ନେଇ ଏବେ ଦଳର ଅଡ଼ୁଆ ବଢ଼ିଛି। ଅଭିନେତା ଅଖିଳ ଆୟରଙ୍କ ଫଟୋ କର୍ଣ୍ଣାଟକ କଂଗ୍ରେସ ଦ୍ବାରା ‘ପେସିଏମ୍ ପୋଷ୍ଟର’ରେ ବ୍ୟବହାର ହୋଇଥିବାରୁ ଅଭିନେତା ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।
ଅଖିଳ ଆୟର କହିଛନ୍ତି, ତାଙ୍କ ଫଟୋକୁ ତାଙ୍କର ବିନା ଅନୁମତିରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ବ୍ୟବହାର କରିଛି। ସେ କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। କଂଗ୍ରେସ ବିଜେପି ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବେଙ୍ଗାଲୁରୁରେ ‘ପେସିଏମ୍ ପୋଷ୍ଟର’ ଲଗାଇଛି। ଏହି ପୋଷ୍ଟରରେ ବସବରାଜ ବୋମାଇଙ୍କ ଫଟୋ ଅଛି। କର୍ଣ୍ଣାଟକ କଂଗ୍ରେସର ଗୋଟିଏ ପୋଷ୍ଟରରେ ଅଖିଳ ଆୟରଙ୍କ ଫଟୋ ଲାଗିଛି ଏବଂ ଏଥିରେ ଲେଖା ଅଛି ‘ ଆର୍ ୟୁ ଷ୍ଟିଲ୍ ନମ୍ବ୍’ (ଆପଣ ଏବେ ବି ଜଡ଼ ଭଳି ଅଛନ୍ତି କି ?)।