ଯାହାକୁ କଂଗ୍ରେସ କରିଥିଲା ଭରସା, ସିଏ କରୁଛି ମସାଜ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା କପିଳ ଶିବଲ ଯେଉଁ ନ୍ୟୁଜ ପୋର୍ଟାଲର ଭିଡିଓ ଜାରି କରି ଇଭିଏମରେ ଜାଲିଆତି ଅଭିଯୋଗ ଆଣିଥିଲେ ଏବେ ତାହାର ସତ ସାମ୍ନାକୁ ଆସିଛି | ଏହି ନ୍ୟୁଜ ପୋର୍ଟାଲ ବନ୍ଦ ହୋଇଯାଇଥିବା ବେଳେ ଏହାର ମାଲିକ ଏବେ ମାଲିସ ସେବା ଆରମ୍ଭ କରିଦେଇଛନ୍ତି | ଲଣ୍ଡନଠାରେ ଥିବା ଟିଏନଏନ(ଟ୍ରାଇ କଲର ନ୍ୟୁଜ ନେଟୱାର୍କ) ୱାର୍ଲଡ ଭାରତରେ ବିମୁଦ୍ରାକରଣ ଓ ଇଭିଏମ ଜାଲିଆତିକୁ ନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିବାର ଦାବି କରିଥିଲା |

ଏହାକୁ ଆଧାର କରି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କ ଉପରେ ଲଗାଇଥିଲା ସଙ୍ଗୀନ ଆରୋପ | କିନ୍ତୁ ଏବେ ଏହି ନ୍ୟୁଜ ପୋର୍ଟାଲ ଲଣ୍ଡନରେ ମସାଜ ବା ମାଲିସ ସେବା ଆରମ୍ଭ କରିଛି | ଏହି ନ୍ୟୁଜ ପୋର୍ଟାଲର ମୁଖ୍ୟ ଡାୟନ ବିସିନ ଜଣେ ରୋମାନ ନାଗରିକ ହୋଇଥିବାବେଳେ ଏବେ ସମ୍ପୃକ୍ତ ପୋର୍ଟାଲକୁ ବନ୍ଦ କରିଦେଇଛନ୍ତି |

ବଡ଼କଥା ମାର୍ଚ୍ଚ ୨୬ ତାରିଖରେ ଏହି ପୋର୍ଟାଲର ତଥ୍ୟକୁ ଆଧାର କରି କଂଗ୍ରେସ ନେତା କପିଳ ଶିବଲ, ଗୁଲାମ ନବୀ ଆଜାଦ ଓ ଶରଦ ଯାଦବ ସମେତ ବିରୋଧୀ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ | ଏଠାରେ ଦେଖାଯାଇଥିଲା ଯେ ବିମୁଦ୍ରାକରଣ ପରେ ଗୁଜୁରାଟରେ ବିଜେପି କର୍ମୀମାନେ ୪୦ ପ୍ରତିଶତ କମିଶନ ନେଇ ପୁରୁଣା ନୋଟକୁ ବଦଳାଇଥିଲେ |

ସମ୍ବନ୍ଧିତ ଖବର