ନୂଆଦିଲ୍ଲୀ : ଆଗକୁ ବିହାର ନିର୍ବାଚନ ଥିବାବେଳେ ବିଡ଼ି ବିବାଦରେ ଫସିଯାଇଛି କଂଗ୍ରେସ । ଏହି ବିବାଦ କଂଗ୍ରେସର ମୁଣ୍ଡବ୍ୟଥା ବଢାଇଦେଇଥିବାବେଳେ ଦଳକୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିଛି । ଏପରିକି କଂଗ୍ରେସର ସହଯୋଗୀ ଦଳ ଆରଜେଡି ମଧ୍ୟ ଏହି ବିବାଦରୁ ନିଜକୁ ଦୂରେଇ ରଖିଛି । ସ୍ଥିତି ଏପରି ହୋଇଛି ଯେ ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷତି ସହିପାରେ ବୋଲି ଆଶଙ୍କା କରାଯାଉଛି ।
ଏସବୁ ବିବାଦ ପଛରେ ରହିଛି କେରଳ କଂଗ୍ରେସର ସୋସିଆଲ ମିଡିଆ ଟିମ । ଏହି ଟିମର ଏକ୍ସ ହାଣ୍ଡଲରେ ଏକ ଟ୍ବିଟ କରାଯାଇଥିଲା ଯେ ବିଡ଼ି ଓ ବିହାର ‘ବି’ରୁ ଆରମ୍ଭ ହେଉଛନ୍ତି । ସେଗୁଡ଼ିକୁ ଆଉ ସିନ (ପାପ) ବୋଲି କହିହେବ ନାହିଁ । ବିହାରକୁ ବିଡ଼ି ସହ ତୁଳନା କରିବା କଂଗ୍ରେସ ପାଇଁ ବେଶ ଭାରି ପଡ଼ିଛି । ସାଧାରଣ ବିହାରୀଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହାକୁ ନାପସନ୍ଦ କରୁଛନ୍ତି ।
ଏସବୁ ବିବାଦ ପଛରେ ରହିଛି କେରଳ କଂଗ୍ରେସର ସୋସିଆଲ ମିଡିଆ ଟିମ । ଏହି ଟିମର ଏକ୍ସ ହାଣ୍ଡଲରେ ଏକ ଟ୍ବିଟ କରାଯାଇଥିଲା ଯେ ବିଡ଼ି ଓ ବିହାର ‘ବି’ରୁ ଆରମ୍ଭ ହେଉଛନ୍ତି । ସେଗୁଡ଼ିକୁ ଆଉ ସିନ (ପାପ) ବୋଲି କହିହେବ ନାହିଁ ।
ବିବାଦ ପରେ ଦଳ ଏହି ଲେଖାକୁ ହଟାଇ ଦେଇଛି ଏବଂ ସାର୍ବଜନୀନ କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ରିପୋର୍ଟ ଅନୁସାରେ, ଏହି ବିବାଦ ପରେ କେରଳ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଭିଟି ବଳରାମ ଇସ୍ତଫା ଦେଇଛନ୍ତି।
କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ସନି ଯୋସେଫ ସ୍ୱୀକାର କରିଛନ୍ତି ଯେ ମନ୍ତବ୍ୟ ପୋଷ୍ଟ କରିବାରେ "ତ୍ରୁଟି ଏବଂ ଅବହେଳା" ହୋଇଥିଲା। ଏକ ଟିଭି ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି ଯେ ଦଳର ସୋସିଆଲ ମିଡିଆ ଦଳ ସତର୍କ ନ ହୋଇ ପ୍ଲାଟଫର୍ମ ଏକ୍ସ ରେ ମନ୍ତବ୍ୟ ପୋଷ୍ଟ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/06/bd-2025-09-06-19-32-24.jpg)