କଂଗ୍ରେସ ୨୦୧୦ରେ ଏନପିଆର୍‌ ଆଣିଥିଲା, କିନ୍ତୁ ଏବେ ତାହାକୁ ବିରୋଧ କରୁଛି : ମୋଦୀ

ନୂଆଦିଲ୍ଲୀ : ଦେଶରେ ନାଗରିକତା ଆଇନ ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ସଂପର୍କରେ ବିବାଦ ଚାଲିଥିବାବେଳେ ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେଇ ସେ କହିଛନ୍ତି ଯେ ଦେଶର ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ପାଇଁ ଏହା ଜରୁରୀ । ୨୦୧୦ରେ କଂଗ୍ରେସ ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏବେ ତାହାକୁ ବିରୋଧ କରୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ ।

ସେ କହିଛନ୍ତି ଯେ ୨୦୧୦ରେ କଂଗ୍ରେସ ସରକାର ଥିବାବେଳେ ଏନପିଆର କରାଯାଇଥିଲା ଓ ୨୦୧୫ରେ ଏହାକୁ ଅପଡେଟ୍‌ କରାଯାଇଥିଲା । ଜନଗଣନା ଓ ଏନପିଆର କେତେକ ନିୟମିତ ପ୍ରଶାସନିକ ପ୍ରକ୍ରିୟା, ଏଗୁଡ଼ିକୁ ପୂର୍ବରୁ ହୋଇଆସୁଛି, କିନ୍ତୁ ଏବେ ହଠାତ ସେଗୁଡ଼ିକୁ ସଂଦେହ କରାଯାଉଛି । ଏନପିଆରରେ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ପ୍ରଶାସନ ସଂପର୍କିତ । ସରକାର ଏନପିଆର ମାଧ୍ୟମରେ ସଂଗ୍ରହ କରୁଥିବା ତଥ୍ୟର ଗଠନମୂଳକ ଉପଯୋଗ କରିଥାନ୍ତି । କିନ୍ତୁ ରାଜନୈତିକ ଦଳମାନେ ନିଜର ହୀନ ରାଜନୈତିକ ସ୍ୱାର୍ଥ ପାଇଁ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । କିନ୍ତୁ ସେମାନଙ୍କର ଏହି କାର୍ଯ୍ୟ ଗରିବ ବିରୋଧୀ ।

ମୋଦୀ କହିଛନ୍ତି ଯେ କଂଗ୍ରେସ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏନପିଆର ରେକର୍ଡ ଏବେ ରହିଛି, କିନ୍ତୁ ତାହା ଅନୁସାରେ ଲୋକମାନଙ୍କୁ କୌଣସି ପ୍ରକାରେ ହାଇରାଣ କରାଯିବାର ପ୍ରମାଣ ନାହିଁ ।

ସମ୍ବନ୍ଧିତ ଖବର